Skip to main content

ଗୋପନୀୟତା ନୀତି

Last updated: 15th December 2023

ଆମେ (ମୋହାଲା ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ "MTPL" ) ଆପଣଙ୍କର ଗୋପନୀୟତା ବିଷୟରେ ଗଭୀର ଭାବରେ ଚିନ୍ତିତ ଏବଂ ଆମେ ଏହି ଚିନ୍ତାକୁ ଗମ୍ଭୀରତାର ସହ ନେଇଥାଉ | ଏହି ଗୋପନୀୟତା ନୀତି ("ଗୋପନୀୟତା ନୀତି") ନିର୍ଦ୍ଦିଷ୍ଟ କରେ ଯେ ଆମେ ଯେତେବେଳେ ଆମର ମୋବାଇଲ୍ ଆପ୍ଲିକେସନ୍ ଏବଂ ଏହାର ଭର୍ସନ ("ଆପ୍") ବ୍ୟବହାର କରୁ, ଆମେ କିପରି ଆପଣଙ୍କର ତଥ୍ୟ ସଂଗ୍ରହ, ପ୍ରକ୍ରିୟାକରଣ, ବ୍ୟବହାର ଏବଂ ପ୍ରକାଶ କରିପାରିବା | "ଆମେ", "ଆମ୍ଭେ" କିମ୍ବା "ଆମ୍ଭର" କିମ୍ବା ଏହି "କମ୍ପାନି" ପ୍ରତି ଦୃଷ୍ଟାନ୍ତ ସୂଚିତ କରିବ ଏହି ପ୍ଲାଟଫର୍ମ ଏବଂ/କିମ୍ବା ମହାଲା ଟେକ୍ ପ୍ରାଇଭେଟ୍ ଲିମିଟେଡ୍, "ଆପଣ", "ଆପଣଙ୍କର" କିମ୍ବା "ବ୍ୟବହାରକାରୀ" ସୂଚିତ କରିବେ ଆମର ପ୍ଲାଟଫର୍ମ ବ୍ୟବହାର କରୁଥିବା କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ। ଆମେ ଏହି ଗୋପନୀୟତା ନୀତିରେ ବର୍ଣ୍ଣନା କରାଯାଇଥିବା ବ୍ୟତୀତ ଅନ୍ୟ କାହା ସହ ଆପଣଙ୍କ ସୂଚନା ଅଂଶୀଦାର କରିବୁ ନାହିଁ।

ଏହି ଗୋପନୀୟତା ନୀତି ହେଉଛି ବ୍ୟବହାର ସର୍ତ୍ତାବଳି ("ସର୍ତ୍ତାବଳି")ର ଏକ ଅଂଶ ଏବଂ ଏହା ସହିତ ପଢ଼ାଯିବ। ଏହି ପ୍ଲାଟଫର୍ମ ବ୍ୟବହାର କରିବା ଦ୍ୱାରା ଆପଣ ସମ୍ମତ ହେଉଛନ୍ତି ଯେ ଏହି ଗୋପନୀୟତା ନୀତିର ସର୍ତ୍ତ ଓ ନିୟମାବଳି ପାଳନ କରିବେ। ଆପଣ ମଧ୍ୟ ଏହି ଗୋପନୀୟତା ନୀତିରେ ବର୍ଣ୍ଣନା କରିବା ଶୈଳୀରେ ଆପଣଙ୍କ ବ୍ୟକ୍ତିଗତ ସୂଚନା (ନିମ୍ନରେ ବର୍ଣ୍ଣନା କରାଯାଇଥିବା ଅନୁଯାୟୀ) ଆମର ବ୍ୟବହାର ଏବଂ ପରିପ୍ରକାଶ ପାଇଁ ସମ୍ମତି ପ୍ରଦାନ କରୁଛନ୍ତି। ଏହି ଗୋପନୀୟତା ନୀତିରେ ଇଂରାଜୀ ବଡ଼ ଅକ୍ଷର ବ୍ୟବହାର କରି ଲେଖାଯାଇଥିବା ଶବ୍ଦଗୁଡ଼ିକ କିନ୍ତୁ ଯାହାକି ଏଠାରେ ବର୍ଣ୍ଣନା କରାଯାଏ ନାହିଁ, ସର୍ତ୍ତାବଳିରେ ଏହି ଶବ୍ଦ ପ୍ରଦାନ କରୁଥିବା ଅର୍ଥ ବ୍ୟବହୃତ ହେବ। ଯଦି ଆପଣ ଏହି ଗୋପନୀୟତା ନୀତିର ସର୍ତ୍ତ ଓ ନିୟମାବଳି ସହିତ ସମ୍ମତ ହୁଅନ୍ତି ନାହିଁ, ଦୟାକରି ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତୁ ନାହିଁ।

ଆମେ କିପରି ଭାବରେ ଏହି ସୂଚନା ସଂଗ୍ରହ କରୁ ଓ ବ୍ୟବହାର କରୁ#

ନିମ୍ନରେ ଦିଆଯାଇଥିବା ସାରଣୀ ଆମେ ଆପଣଙ୍କଠାରୁ କି କି ସୂଚନା ସଂଗ୍ରହ କରୁ ଓ କିପରି ଏହା ବ୍ୟବହାର କରୁ ତାହାର ତାଲିକା ଧାରଣ କରେ:

ଆମେ ସଂଗ୍ରହ କରୁଥିବା ସୂଚନାଆମେ କିପରି ଏହାକୁ ବ୍ୟବହାର କରୁ
ଲଗ୍‌ ଇନ୍ ତଥ୍ୟ: ବ୍ୟବହାରକାରୀ ଆଇଡି, ମୋବାଇଲ୍ ଫୋନ୍ ନମ୍ବର, ଇମେଲ୍ ଆଇଡି, ଲିଙ୍ଗ (ଇଚ୍ଛାଧୀନ), ଏବଂ ଆଇପି ଠିକଣା। ଆମେ ଏକ ସୂଚନାତ୍ମକ ବୟସ ପରିସର ବ୍ୟବହାର କରିପାରୁ ଯାହାକି ଆମକୁ କହିଥାଏ ଯେ ଆପଣ ଆମର ପ୍ଲାଟଫର୍ମ ଆକ୍ସେସ୍ କରିବା ପାଇଁ ଏବଂ ଆମ ପ୍ଲାଟଫର୍ମର (ମିଳିତ ଭାବରେ "ଲଗ୍ ଇନ୍ ତଥ୍ୟ") ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ବ୍ୟବହାର କରିବା ପାଇଁ ଏକ ଯଥାର୍ଥ ବୟସର ଅଟନ୍ତି ।

ଆପଣ ଅଂଶୀଦାର କରୁଥିବା ବିଷୟବସ୍ତୁ: ଏହା ଏହି ପ୍ଲାଟଫର୍ମ ମାଧ୍ୟମରେ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ଆପଣ ଉପଲବ୍ଧ କରାଉଥିବା ସମସ୍ତ ସୂଚନାକୁ ନେଇ ଗଠିତ, ଯେପରିକି:

- ଆପଣଙ୍କ ବିଷୟରେ ସୂଚନା କିମ୍ବା ଆପଣଙ୍କ ସମ୍ପର୍କିତ ସୂଚନା ଯାହାକି ଆପଣ ସ୍ୱେଚ୍ଛାରେ ଏହି ପ୍ଲାଟଫର୍ମରେ ଅଂଶୀଦାର କରିଥାନ୍ତି, ଯାହାକି ଅନ୍ତର୍ଭୁକ୍ତ କରେ କିନ୍ତୁ ଏଥିରେ ସୀମିତ ନୁହେଁ, କୌଣସି ଉଦ୍ଧୃତି, ଛବି, ରାଜନୈତିକ ମତାମତ, ଧାର୍ମିକ ଦୃଷ୍ଟିଭଙ୍ଗୀ, ପ୍ରୋଫାଇଲ୍ ଫଟୋ, ବ୍ୟବହାରକାରୀଙ୍କ ପାଇଁ ବାୟୋ ବା ବ୍ୟକ୍ତିଗତ ସୂଚନା ଏବଂ ହ୍ୟାଣ୍ଡେଲ୍, ଏହା ମାଧ୍ୟମରେ।
- କୌଣସି ପୋଷ୍ଟ ଯାହାକି ଆପଣ ଏହି ପ୍ଲାଟଫର୍ମରେ ଉତ୍ପନ୍ନ କରିଥାନ୍ତି।

ଅନ୍ୟ ଉତ୍ସଗୁଡ଼ିକରୁ ଆମେ ପ୍ରାପ୍ତ କରୁଥିବା ସୂଚନା: ଆମେ ତୃତୀୟପକ୍ଷଗୁଡ଼ିକ ସହିତ ଘନିଷ୍ଠ ଭାବରେ ମଧ୍ୟ କାର୍ଯ୍ୟ କରୁଥାଇପାରୁ (ଅନ୍ତର୍ଭୁକ୍ତ କରି, ଉଦାହରଣ ସ୍ୱରୂପ, ବ୍ୟବସାୟ ସହଯୋଗୀବୃନ୍ଦ, ଟେକ୍ନିକାଲ୍, ଆନାଲିଟିକ୍ ପ୍ରଦାନକାରୀବୃନ୍ଦଙ୍କର ଉପକଣ୍ଟ୍ରାକ୍ଟରବୃନ୍ଦ, ସନ୍ଧାନ ସୂଚନା ପ୍ରଦାନକାରୀବୃନ୍ଦ) ଏବଂ ଏପରି ଉତ୍ସରୁ ଆପଣଙ୍କ ବିଷୟରେ ସୂଚନା ଲାଭ କରିପାରନ୍ତି। ଏପରି ତଥ୍ୟ ଆଭ୍ୟନ୍ତରୀଣ ଭାବରେ ଅଂଶୀଦାର କରାଯାଇପାରେ ଏବଂ ଏହି ପ୍ଲାଟଫର୍ମରୁ ସଂଗୃହୀତ ଅନ୍ୟ ତଥ୍ୟ ସହିତ ସମ୍ମିଳିତ ହୋଇପାରେ।

ଲଗ୍ ତଥ୍ୟ: "ଲଗ୍ ତଥ୍ୟ" ହେଉଛି ସେହି ସୂଚନା ଯାହାକି ଆପଣ ଯେତେବେଳେ ପ୍ଲାଟଫର୍ମ ବ୍ୟବହାର କରନ୍ତି ଆମେ କୁକିଜ, ୱେବ୍ ବିକନସ୍, ଲଗ୍ ଫାଇଲ୍, ସ୍କ୍ରିପ୍ଟ, ଇତ୍ୟାଦିକୁ ବ୍ୟବହାର କରିବା ମାଧ୍ୟମରେ ସ୍ୱତଃ ସଂଗ୍ରହ କରିଥାଉ, କିନ୍ତୁ ଏଥିରେ ସୀମିତ ନୁହେଁ:
- ଟେକ୍ନିକାଲ୍ ସୂଚନା, ଯେପରିକି ଆପଣଙ୍କ ମୋବାଇଲ୍ କ୍ୟାରିୟର୍ ସମ୍ପର୍କିତ ସୂଚନା ଆପଣଙ୍କ ୱେବ୍ ବ୍ରାଉଜର୍ କିମ୍ବା ଏହି ପ୍ଲାଟଫର୍ମ ଆକ୍ସେସ୍ କରିବା ପାଇଁ ଆପଣ ବ୍ୟବହାର କରୁଥିବା ଅନ୍ୟ ପ୍ରୋଗ୍ରାମ୍ ଦ୍ୱାରା ଉପଲବ୍ଧ କରାଯାଉଥିବା କନଫିଗରେସନ୍ ସୂଚନା, ଆପଣଙ୍କ ଆଇପି ଠିକଣା ଏବଂ ଆପଣଙ୍କ ଡିଭାଇସ୍‌ର ସଂସ୍କରଣ ଏବଂ ଚିହ୍ନଟକରଣ ନମ୍ବର;
- ଆପଣ ଏହି ପ୍ଲାଟଫର୍ମ ବ୍ୟବହାର କରିବା ସମୟରେ କ’ଣ ସନ୍ଧାନ କରିଛନ୍ତି ଏବଂ ଦେଖିଛନ୍ତି ସେ ବିଷୟରେ ସୂଚନା, ଯେପରିକି ବ୍ୟବହାର କରାଯାଇଥିବା ୱେବ୍ ସନ୍ଧାନ ପଦାବଳି, ଭିଜିଟ୍ କରିଥିବା ସୋସିଆଲ୍ ମିଡିଆ ପ୍ରୋଫାଇଲଗୁଡ଼ିକ, ବ୍ୟବହୃତ ମିନି ଆପ୍ଲିକେସନଗୁଡ଼ିକ ଏବଂ ଅନ୍ୟ ସୂଚନା ଓ ଆପଣଙ୍କ ଦ୍ୱାରା ଏହି ପ୍ଲାଟଫର୍ମ ବ୍ୟବହାର କରିବା ସମୟରେ ଆକ୍ସେସ୍ କରାଯାଇଥିବା କିମ୍ବା ଅନୁରୋଧ କରାଯାଇଥିବା ବିଷୟବସ୍ତୁର ବିବରଣୀ;
- ଏହି ପ୍ଲାଟଫର୍ମରେ ଯୋଗାଯୋଗ ବିଷୟରେ ସାଧାରଣ ସୂଚନା, ଯେପରିକି ଆପଣ ଯୋଗାଯୋଗ କରିଥିବା ବ୍ୟବହାରକାରୀଙ୍କର ପରିଚୟ ଏବଂ ଆପଣଙ୍କ ଯୋଗାଯୋଗର ସମୟ, ତାରିଖ ଏବଂ ଅବଧି; ଏବଂ
- ମେଟାଡାଟା ଯାହାକି ଏହି ପ୍ଲାଟଫର୍ମ ମାଧ୍ୟମରେ ଆପଣ ଉପଲବ୍ଧ କରାଇଥିବା ଆଇଟମ୍ ସମ୍ପର୍କିତ ବିବରଣୀକୁ ସୂଚିତ କରେ ଯେପରିକି ଏକ ଅଂଶୀଦାର କରାଯାଇଥିବା ଫଟୋଗ୍ରାଫ୍ କିମ୍ବା ଉତ୍ତୋଳନ କରାଯାଇଥିବା କିମ୍ବା ପୋଷ୍ଟ କରାଯାଇଥିବା ଭିଡିଓର ତାରିଖ, ସମୟ କିମ୍ବା ଅବସ୍ଥାନ।

କୁକିଜ: ଆମେ ଆମ ପ୍ଲାଟଫର୍ମର ଅନ୍ୟ ବ୍ୟବହାରକାରୀଙ୍କଠାରୁ ଆପଣଙ୍କୁ ପୃଥକ କରିବା ପାଇଁ କୁକିଜ୍ ଏବଂ ଅନ୍ୟ ସମାନ ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରୁ। ଆପଣ ଯେତେବେଳେ ଆମର ପ୍ଲାଟଫର୍ମ ବ୍ରାଉଜ୍ କରନ୍ତି ଏହି ପ୍ଲାଟଫର୍ମରେ ଉନ୍ନତି ଆଣିବାରେ ଆମକୁ ସାହାଯ୍ୟ କରିବା ପାଇଁ ଏହା ଆମ୍ଭମାନଙ୍କୁ ଉତ୍ତମ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରିବା ସହ ସାହାଯ୍ୟ କରିଥାଏ। ଆମ୍ଭେମାନେ ଆପଣଙ୍କ ଡିଭାଇସରେ କୁକିଜରୁ ଏହି କୁକି ତଥ୍ୟ ସଂଗ୍ରହ କରୁ। ଆମେ ବ୍ୟବହାର କରୁଥିବା ଏହି କୁକିଜ ସମ୍ପର୍କିତ ପୁଙ୍ଖାନୁପୁଙ୍ଖ ସୂଚନା ଏବଂ ଆମେ ସେଗୁଡ଼ିକ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁ ଜାଣିବା ପାଇଁ, ଦୟାକରି ଆମର କୁକିଜ୍ ନୀତି ଦେଖନ୍ତୁ

ସର୍ବେକ୍ଷଣଗୁଡ଼ିକ: ଯଦି ଆପଣ ଏକ ସର୍ବେକ୍ଷଣରେ ଅଂଶଗ୍ରହଣ କରିବା ପାଇଁ ବାଛନ୍ତି, ଆମେ ଆପଣଙ୍କୁ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ସୂଚନା ପ୍ରଦାନ କରିବା ପାଇଁ ଅନୁରୋଧ କରିପାରୁ, ଯଥା କୌଣସି ସୂଚନା ଯାହାକି ଆପଣଙ୍କୁ("ବ୍ୟକ୍ତିଗତ ସୂଚନା")ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରେ। ଆମେ ଏହି ସର୍ବେକ୍ଷଣ ଆୟୋଜନ କରିବା ପାଇଁ ଏକ ତୃତୀୟ ପକ୍ଷ ସେବାପ୍ରଦାନକାରୀଙ୍କୁ ବ୍ୟବହାର କରିପାରୁ ଏବଂ ଏହା ଆପଣଙ୍କୁ ଏହି ସର୍ବେକ୍ଷଣ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଆଗୁଆ ଜଣାଇ ଦିଆଯିବ।
- ପ୍ଲାଟଫର୍ମରେ ଏକ ୟୁଜର ଆକାଉଣ୍ଟ ସେଟଅପ୍ କରିବାକୁ ଏବଂ ଲଗ୍ ଇନ୍ ବ୍ୟବସ୍ଥା କରିବାକୁ;
- ଆପଣଙ୍କୁ ଏହି ଗୋପନୀୟତା ନୀତିକୁ ଅନ୍ତର୍ଭୁକ୍ତ କରି ପ୍ଲାଟଫର୍ମରେ କୌଣସି ପରିବର୍ତ୍ତନ ବିଷୟରେ ସୂଚିତ କରିବାକୁ;
- ଯୋଗାଯୋଗ ବ୍ୟବସ୍ଥା କରିବାକୁ, ବ୍ୟବହାରକାରୀ ସହାୟତା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରି;
- ଆମର ସର୍ତ୍ତ, ନିୟମାବଳି ଏବଂ ନୀତି ଏବଂ ଅନୁବନ୍ଧିତ କମ୍ପାନିଗୁଡ଼ିକର କିମ୍ବା ପ୍ଲାଟଫର୍ମର ଅନ୍ୟ କୌଣସି ବ୍ୟବହାରକାରୀଙ୍କର ଅଧିକାରଗୁଡ଼ିକ କିମ୍ବା ଆମର କୌଣସି ଅଧିକାର ବଳବତ୍ତର କରିବାକୁ;
- ନୂତନ ସେବା ବିକଶିତ କରିବାକୁ ଏବଂ ରହିଥିବା ସେବାରେ ଏବଂ ଏହି ପ୍ଲାଟଫର୍ମରେ ଉନ୍ନତି ଆଣିବାକୁ ଏବଂ ବ୍ୟବହାରକାରୀ ମତାମତ ଓ ଅନୁରୋଧକୁ ସୁସଂଯୋଜିତ କରିବାକୁ;
- ଭାଷା ଏବଂ ଅବସ୍ଥାନ ଆଧାରରେ ପର୍ସନାଲାଇଜେସନ୍ ବା ବ୍ୟକ୍ତିଭିତ୍ତିକ ସୁବିଧା ପ୍ରଦାନ କରିବାକୁ;
- ଏହି ପ୍ଲାଟଫର୍ମ ପ୍ରୟୋଗ କରିବାକୁ ଏବଂ ଆଭ୍ୟନ୍ତରୀଣ କାର୍ଯ୍ୟ ପ୍ରକ୍ରିୟା ପାଇଁ, ସମସ୍ୟା ସମାଧାନ, ତଥ୍ୟ ସମୀକ୍ଷା, ପରୀକ୍ଷା କରିବା, ଗବେଷଣା, ସୁରକ୍ଷା, ଠକାମି ଚିହ୍ନଟ, ଆକାଉଣ୍ଟ ପରିଚାଳନା ଏବଂ ସର୍ବେକ୍ଷଣର ଉଦ୍ଦେଶ୍ୟ ଅନ୍ତର୍ଭୁକ୍ତ କରି;
- ଆପଣ କିପରି ଭାବରେ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି ଏବଂ ଆକ୍ସେସ୍ କରନ୍ତି ଭଲ ଭାବରେ ବୁଝିବା ପାଇଁ ଏବଂ ଏହି ପ୍ଲାଟଫର୍ମରେ ବ୍ୟବହାରକାରୀଙ୍କ ଅନୁଭୂତିରେ ଉନ୍ନତି ଆଣିବା ପାଇଁ;
- ଆପଣଙ୍କ ସୂଚନା ବେନାମୀ କରିବା ପାଇଁ ଏବଂ ବ୍ୟକ୍ତିଗତ ସୂଚନା ସହିତ ଆପଣଙ୍କ ସୂଚନା ଏକତ୍ରୀକରଣ କରି ଅଞ୍ଚଳ, ଫୋନ୍ ମଡେଲ୍,ଅପରେଟିଂ ସିଷ୍ଟମ୍ ପ୍ଲାଟଫର୍ମ, ସିଷ୍ଟମ୍ ଭାଷା ଏବଂ ପ୍ଲାଟଫର୍ମ ସଂସ୍କରଣ ପରି ବିଷୟଗୁଡ଼ିକ ଉପରେ ବ୍ୟବହାରକାରୀଙ୍କ ସାମାଜିକ ପରିସଂଖ୍ୟାନ ସମୀକ୍ଷା କରି ଆମର ବ୍ୟବହାରକାରୀ ଏହି ପ୍ଲାଟଫର୍ମକୁ କିପରି ବ୍ୟବହାର କରୁଛନ୍ତି ଭଲ ଭାବରେ ବୁଝିବା ପାଇଁ;
- ଆପଣଙ୍କ ସୂଚନା ବେନାମୀ କରିବା ପାଇଁ ଏବଂ ବ୍ୟକ୍ତିଗତ ସୂଚନା ସହିତ ଆପଣଙ୍କ ସୂଚନା ଏକତ୍ରୀକରଣ କରିବା ପାଇଁ, ୱେବ୍ ଏବଂ ଆକାଉଣ୍ଟ ଟ୍ରାଫିକ୍ ପରିସଂଖ୍ୟାନ ସଂଗ୍ରହ କରିବା ପାଇଁ, କେଉଁ ବିଷୟବସ୍ତୁ ଏବଂ ସେବା ବ୍ୟବହୃତ ହୋଇଥାଏ, ଯେତେବେଳେ ବ୍ୟବହାରକାରୀବୃନ୍ଦ ଏହି ପ୍ଲାଟଫର୍ମରେ ତୃତୀୟ ପକ୍ଷ ସେବାଗୁଡ଼ିକ ଆକ୍ସେସ୍ କରିଥାନ୍ତି;
- ନକଲ କରି ହେଉଥିବା ପ୍ରୋଫାଇଲଗୁଡ଼ିକ ସହଯୋଗୀ/ଗୌଣ ପ୍ଲାଟଫର୍ମଗୁଡ଼ିକରେ ଅପଲୋଡ୍ କରିବା;
- ଉପାଦେୟତାର ମୂଲ୍ୟାୟନ କରିବା ଏବଂ ଅନ୍ୟାନ୍ୟ ବିଜ୍ଞାପନ ଦେବା ଏବଂ ବିପଣନ ଓ ପ୍ରଚାରମୂଳକ କାର୍ଯ୍ୟକଳାପରେ ଉନ୍ନତି ଆଣିବା।
ବ୍ୟବହାରକାରୀ ସନ୍ଧାନ ତଥ୍ୟ: କୌଣସି ସନ୍ଧାନ ଯାହାକି ଆପଣଙ୍କ ଦ୍ୱାରା ପ୍ଲାଟଫର୍ମରେ କରାଯାଇଥାଏ।.ଆପଣଙ୍କୁ ପୂର୍ବ ସନ୍ଧାନଗୁଡ଼ିକ ପ୍ରତି ଦ୍ରୁତ ଅଭିଗମ୍ୟତା ପ୍ରଦାନ କରିବା ପାଇଁ। ପର୍ସନାଲାଇଜେସନ୍ ପାଇଁ ଆନାଲିଟିକ୍ସ ବ୍ୟବହାର କରିବା ଏବଂ ଆପଣଙ୍କ ପାଇଁ ଲକ୍ଷ୍ୟ ରଖାଯାଇଥିବା ବିଜ୍ଞାପନଗୁଡ଼ିକ ଦେଖାଇବା।
ଅତିରିକ୍ତ ଆକାଉଣ୍ଟ ନିରାପତ୍ତା: ଆମ୍ଭେ ଆପଣଙ୍କ ଫୋନ୍ ନମ୍ବର ସଂଗ୍ରହ କରିଥାଉ ଏବଂ ଆପଣଙ୍କୁ ଏକ ୱାନ୍ -ଟାଇମ୍-ପାସୱାର୍ଡ ("ଓଟିପି")ପଠାଇ ଆପଣଙ୍କ ଫୋନ୍‌ରେ ଆକ୍ସେସ୍ କରିବାକୁ ଅନୁରୋଧ କରିଥାଉ, ଯାହାକି ଆପଣ ଆମ ପ୍ଲାଟଫର୍ମରେ ପଞ୍ଜିକରଣ ସମୟରେ ଆପଣଙ୍କ ପରିଚୟ ଯାଞ୍ଚ କରିବା ପାଇଁ ଓଟିପି ପ୍ରବେଶ କରାଇ ସୁନିଶ୍ଚିତ କରିଥାନ୍ତି।ଆପଣଙ୍କ ପରିଚୟ ଯାଞ୍ଚ କରିବା ପାଇଁ ଏବଂ ଆପଣଙ୍କ ଆକାଉଣ୍ଟର ନିରାପତ୍ତା ବଜାୟ ରଖିବା ପାଇଁ। ଆମେ ସ୍ୱତଃ ଉତ୍ପନ୍ନ ହୋଇଥିବା ଓଟିପି ରିଡ୍ କରିବା ପାଇଁ ଆପଣଙ୍କ ଏସଏମଏସ୍ ଫୋଲଡର୍ ପ୍ରତି ଆକ୍ସେସ୍ ଅନୁରୋଧ କରୁ।
ଯୋଗାଯୋଗ ତାଲିକା: ଆମ୍ଭେମାନେ ଆପଣଙ୍କ ମୋବାଇଲ୍ ଡିଭାଇସରେ ଏହି ଯୋଗାଯୋଗ ତାଲିକା ଆକ୍ସେସ୍ କରିଥାଉ। ଆମେ ସଦାସର୍ବଦା ଆପଣଙ୍କ ଯୋଗାଯୋଗ ତାଲିକା ଆକ୍ସେସ୍ କରିବା ପୂର୍ବରୁ ଆପଣଙ୍କ ସମ୍ମତି ପାଇଁ ପଚାରିଥାଉ ଏବଂ ଆପଣଙ୍କର ଆମ୍ଭକୁ ଆପଣଙ୍କ ଯୋଗାଯୋଗ ତାଲିକା ଆକ୍ସେସ କରିବା ପାଇଁ ମନା କରିବାର ବିକଳ୍ପ ରହିଛି।ପରାମର୍ଶ ପ୍ରଦାନ କରିବା ପାଇଁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ଏବଂ ଅନ୍ୟାନ୍ୟ ସମ୍ପର୍କଗୁଡ଼ିକୁ ଏହି ପ୍ଲାଟଫର୍ମକୁ ଆମନ୍ତ୍ରଣ କରିବା ପାଇଁ ଏବଂ କୌଣସି ବ୍ୟକ୍ତି ଏହି ପ୍ଲାଟଫର୍ମରେ ଯୋଗ ଦିଅନ୍ତି ଆପଣଙ୍କୁ ଜଣାଇବା ପାଇଁ।
ଅବସ୍ଥାନ ସୂଚନା: "ଅବସ୍ଥାନ ତଥ୍ୟ" ହେଉଛି ସେହି ସୂଚନା ଯାହାକି ଆପଣଙ୍କ ଜିପିଏସ୍, ଆଇପି ଠିକଣା ଏବଂ/କିମ୍ବା ଅବସ୍ଥାନ ସୂଚନା ଧାରଣ କରିଥିବା ସାର୍ବଜନୀନ ପୋଷ୍ଟରୁ ଆହରଣ କରାଯାଇଥାଏ।

ଆପଣ ନିର୍ଦ୍ଦିଷ୍ଟ ଅବସ୍ଥାନ ସୂଚନା ଆମକୁ ଏବଂ ଅନ୍ୟ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଆପଣ ଏହି ପ୍ଲାଟଫର୍ମ ଆକ୍ସେସ୍ କରିବା ସମୟରେ ପ୍ରକାଶ କରିବେ ଯେହେତୁ ଆମ ନିକଟରେ ଆପଣଙ୍କ ଆଇପି ଠିକଣା, ଡିଭାଇସ୍ କିମ୍ବା ଏହି ସେବା ପ୍ରଦାନ କରିବା ପାଇଁ ବା ଆମ ପ୍ଲାଟଫର୍ମରେ ଉନ୍ନତି ଆଣିବା ପାଇଁ ଇଣ୍ଟରନେଟ୍ ସେବାରୁ ଆମେ ଅବସ୍ଥାନ ସୂଚନା ଆହରଣ କରୁ, ଏହା ସୁନିଶ୍ଚିତ କରିବା ପାଇଁ ଯେ ଆପଣଙ୍କ ଆକାଉଣ୍ଟରେ ଏକାଧିକ ଲଗ୍ ଇନ୍ ହେଉନାହିଁ।
- ସୁରକ୍ଷା କାରଣ ପାଇଁ, ଠକାମି ଚିହ୍ନଟକରଣ ଏବଂ ଆକାଉଣ୍ଟ ପରିଚାଳନା;;
- ବିଷୟବସ୍ତୁ ଲକ୍ଷ୍ୟ ରଖିବାରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରାଯିବ;
- ଆପଣଙ୍କୁ ଅବସ୍ଥାନଭିତ୍ତିକ ସେବା ପ୍ରଦାନ କରିବା ପାଇଁ ଯାହାକି ଆପଣ ବ୍ୟବହାର କରିବାକୁ ବାଛିଥାନ୍ତି:
- ମିନି ଆପ୍ଲିକେସନଗୁଡ଼ିକ ଯାହାକି ସମୟ ସମୟରେ ପ୍ଲାଟଫର୍ମରେ ବ୍ୟବହାର କରାଯାଇଥାଏ, ଯାହାକି ସେଗୁଡ଼ିକ ପ୍ରଦାନ କରୁଥିବା ସେବା ଆଧାରରେ ଏପରି ସୂଚନା ଆବଶ୍ୟକ କରିପାରନ୍ତି (ଯଦି ଆପଣ ଆପଣଙ୍କ ଅବସ୍ଥାନ କୌଣସି ମିନି ଆପ୍ଲିକେସନକୁ ପ୍ରକାଶ କରିବା ପାଇଁ ବାଛିଥାନ୍ତି);
- ଭାଷା ଏବଂ ଅବସ୍ଥାନ କଷ୍ଟମାଇଜେସନ୍ ପ୍ରଦାନ କରିବାକୁ
ଗ୍ରାହକ ସହାୟତା ସୂଚନା: ଆପଣ କୌଣସି ସହାୟତା କିମ୍ବା ସହଯୋଗ ସମ୍ପର୍କରେ ଆମର ଗ୍ରାହକ ସହାୟତା ଦଳକୁ ପ୍ରଦାନ କରୁଥିବା ଯେକୌଣସି ସୂଚନା ଯାହାକି ଆପଣ ସମୟ ସମୟରେ ଆମ ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଆବଶ୍ୟକ କରିପାରନ୍ତି।ଆପଣଙ୍କୁ ସହାୟତା ଏବଂ ସହଯୋଗ ପ୍ରଦାନରେ ସହାୟତା ପାଇଁ
ଡିଭାଇସ୍ ଡାଟା: "ଡିଭାଇସ୍ ଡାଟା" କୌଣସି ସୀମିତତା ବ୍ୟତୀତ ଅନ୍ତର୍ଭୁକ୍ତ କରେ, ନିମ୍ନଲିଖିତଗୁଡ଼ିକ::

§ ଡିଭାଇସ୍ ଗୁଣାବଳି: ସୂଚନା ଯେପରିକି ଅପରେଟିଂ ସିଷ୍ଟମ, ଅପରେଟିଂ ସିଷ୍ଟମ, ସଂସ୍କରଣ ଏବଂ ଭାଷା, ହାର୍ଡଓୟାର ଓ ସଫ୍ଟଓୟାରର ସଂସ୍କରଣଗୁଡ଼ିକ, ଡିଭାଇସ୍ କମ୍ପାନି ଏବଂ ମଡେଲ୍, ସ୍କ୍ରିନ୍ ରିଜୋଲ୍ୟୁସନ୍, ବ୍ୟାଟେରୀ ସ୍ତର, ସିଗନାଲର କ୍ଷମତା, ଡିଭାଇସ୍ ରାମ, ଡିଭାଇସ୍ ବିଟରେଟ୍, ଉପଲବ୍ଧ ଷ୍ଟୋରେଜ୍ ସ୍ପେସ୍, ଡିଭାଇସ୍ ସିପିୟୁ ସମ୍ପର୍କିତ ସୂଚନା, ବ୍ରାଉଜର୍ ପ୍ରକାର, ଆପ୍ଲିକେସନ୍, ଏବଂ ଫାଇଲନାମଗୁଡ଼ିକ ଏବଂ ପ୍ରକାରଗୁଡ଼ିକ ଏବଂ ପ୍ଲଗ ଇନଗୁଡ଼ିକ।

§ ଡିଭାଇସ୍ କାର୍ଯ୍ୟପ୍ରକ୍ରିୟା:ଡିଭାଇସରେ କରାଯାଉଥିବା କାର୍ଯ୍ୟପ୍ରକ୍ରିୟା ଏବଂ ଆଚରଣ ବିଷୟରେ ସୂଚନା ଯେପରିକି ୱିଣ୍ଡୋଜ୍ ଫୋର୍ ଗ୍ରାଉଣ୍ଡେଡ୍ ବା ବ୍ୟାକ୍ ଗ୍ରାଉଣ୍ଡେଡ୍।

§ ଚିହ୍ନଟକାରୀଗୁଡ଼ିକ: ସ୍ୱତନ୍ତ୍ର ଚିହ୍ନଟକାରୀଗୁଡ଼ିକ, ଡିଭାଇସ୍ ଆଇଡିଗୁଡ଼ିକ, ବିଜ୍ଞାପନ ଆଇଡିଗୁଡ଼ିକ ଏବଂ ଅନ୍ୟାନ୍ୟ ଚିହ୍ନଟକାରୀଗୁଡ଼ିକ, ଯେପରିକି ଆପଣ ବ୍ୟବହାର କରୁଥିବା ଗେମ୍, ଆପ୍ଲିକେସନ୍ କିମ୍ବା ଆକାଉଣ୍ଟଗୁଡ଼ିକରୁ।

§ ଡିଭାଇସ୍ ସିଗନାଲଗୁଡ଼ିକ: ଆମେ ଆପଣଙ୍କ ବ୍ଲୁଟୁଥ୍ ସିଗନାଲ୍ ଏବଂ ଆପଣଙ୍କ ନିକଟବର୍ତ୍ତୀ ୱାଇ ଫାଇ ଆକ୍ସେସ୍ ପଏଣ୍ଟସ୍, ବିକନସ୍ ଏବଂ ସେଲ ଟାୱାର ବିଷୟରେ ସୂଚନା ସଂଗ୍ରହ କରିପାରୁ।

§ § ଡିଭାଇସ୍ ସେଟିଂଗୁଡିକରୁ ଡାଟା: ଆପଣ ଅନ୍ କରୁଥିବା ଡିଭାଇସ୍ ସେଟିଂସ ମାଧ୍ୟମରେ ଆପଣ ଆମକୁ ଯେଉଁ ସୂଚନା ଗ୍ରହଣ କରିବାପାଇଁ ଅନୁମତି ଦେଇଥାନ୍ତି, ଯେପରିକି ଆପଣଙ୍କ ଜିପିଏସ୍ ଅବସ୍ଥାନ, କ୍ୟାମେରା କିମ୍ବା ଫଟୋ।

§ ନେଟୱାର୍କ ଏବଂ ସଂଯୋଗଗୁଡ଼ିକ: ସୂଚନା ଯେପରିକି ଆପଣଙ୍କ ମୋବାଇଲ୍ ଅପରେଟର୍ କିମ୍ବା ଆଇଏସପିଙ୍କର ନାମ, ନେଟୱାର୍କ ପ୍ରକାର ଏବଂ ବେଗ, ଡାଟା ଖର୍ଚ୍ଚ, ଭାଷା, ସମୟ କ୍ଷେତ୍ର, ମୋବାଇଲ୍ ଫୋନ୍ ନମ୍ବର, ଆଇପି ଠିକଣା ଏବଂ କନେକ୍ସନ ସ୍ପିଡ୍।

§ ଆପ୍ଲିକେସନ୍ ଏବଂ ଆପ୍ଲିକେସନ୍ ସଂସ୍କରଣ: ଆପଣଙ୍କ ମୋବାଇଲ୍ ଡିଭାଇସରେ ସଂରକ୍ଷିତ ଯେକୌଣସି ମୋବାଇଲ୍ ଆପ୍ଲିକେସନ୍।.

§ ମିଡିଆ: ଆମେ ଆପଣଙ୍କ ମୋବାଇଲ ଡିଭାଇସରେ ମିଡିଆ ଗ୍ୟାଲେରୀ ଆକ୍ସେସ୍ କରୁ, ଇମେଜ୍, ଭିଡିଓ ଏବଂ ଅଡ଼ିଓ ଫାଇଲ୍ ଓ ଆପଣଙ୍କ ଫୋନ୍‌ରେ ରହିଥିବା ଷ୍ଟୋରେଜ୍ ସ୍ପେସକୁ ଅନ୍ତର୍ଭୁକ୍ତ କରି କିନ୍ତୁ ଏଥିରେ ସୀମିତ ନୁହେଁ। ଅବଶ୍ୟ, ଆମେ ସଦାସର୍ବଦା ଆପଣଙ୍କ ଇମେଜ୍ ଆକ୍ସେସ୍ କରିବା ପୂର୍ବରୁ ଆପଣଙ୍କର ସମ୍ମତି ହାସଲ କରିବୁ ଏବଂ ଆପଣଙ୍କ ପାଖରେ ଏପରି ଆକ୍ସେସ୍ ପାଇଁ ମନା କରିବାର ବିକଳ୍ପ ରହିବ।

- ଏହି ପ୍ଲାଟଫର୍ମ ବ୍ୟବହାର କରି କୌଣସି ଭିଡିଓ ଏବଂ ଛବି ସେୟାର କରିବାର ସୁବିଧା ପ୍ରଦାନ ପାଇଁ ;
- ଆପଣଙ୍କ ମୋବାଇଲ୍ ଡିଭାଇସ୍ ପାଇଁ ଉପଯୁକ୍ତ ହେବା ପାଇଁ ଆମର ପ୍ଲାଟଫର୍ମ କଷ୍ଟମାଇଜ୍ କରିବା;;
- କ୍ୟାମେରା କନଫିଗରେନ୍ ଉଦ୍ଦେଶ୍ୟ ପାଇଁ;
- ହ୍ୱାଟସଆପ୍ ଏବଂ/କିମ୍ବା ଫେସବୁକ୍ ମାଧ୍ୟମରେ ପ୍ଲାଟଫର୍ମରୁ କୌଣସି ବିଷୟବସ୍ତୁ ଅଂଶୀଦାର କରିବା ପାଇଁ ଆପଣଙ୍କ ଡିଭାଇସରେ ଏହା ଡାଉନଲୋଡ୍ କରିବାକୁ ସକ୍ଷମ ହେବାକୁ ବୁଝିନିଅନ୍ତୁ ଯେ ଆପଣଙ୍କ ଡିଭାଇସରେ ଯଥେଷ୍ଟ ଷ୍ଟୋରେଜ୍ ସ୍ପେସ୍ ରହିଛି;
- ଆମ ପ୍ଲାଟଫର୍ମରେ ଆପଣଙ୍କ ବ୍ୟବହାର ଅନୁଭୂତି ସର୍ବୋତ୍ତମ କରିବାକୁ;
- ସର୍ବୋତ୍ତମ ବ୍ୟବହାରକାରୀ ଭିଡିଓ ଅନୁଭୂତି ପ୍ରଦାନ କରିବା ପାଇଁ;
- ଆମର ସର୍ତ୍ତାବଳି, ନିୟମାବଳି ଏବଂ ନୀତିଗୁଡ଼ିକୁ ବଳବତ୍ତର କରିବା ପାଇଁ ଆପଣଙ୍କ ପରିଚୟ ଯାଞ୍ଚ କରିବାକୁ;
- ଏହି ପ୍ଲାଟଫର୍ମରେ ଉନ୍ନତି ଆଣିବାକୁ।
- ଅବସ୍ଥାନ ଫିଡ୍ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ;
- ବ୍ୟବହାରକାରୀଙ୍କର ଭାଷା/ବ୍ୟକ୍ତିଭିତ୍ତିକକରଣ ଆହରଣ କରିବାକୁ;
- ଏହି ପ୍ଲାଟଫର୍ମରେ ଆପଣଙ୍କ ମୋବାଇଲ୍ ଡିଭାଇସରେ ଡାଉନଲୋଡ୍ କରାଯାଇଥିବା ଆପ୍ଲିକେସନ୍ ମାଧ୍ୟମରେ କୌଣସି ବିଷୟବସ୍ତୁ ଅଂଶୀଦାର କରିବା ସୁବିଧା ପ୍ରଦାନ କରିବାକୁ;
- କ୍ୟାମେରା ଲେନ୍ସର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ
ଫୋନ୍ କଲ୍ ଲଗ୍ - OTP ପଞ୍ଜୀକରଣର ବିକଳ୍ପ ଭାବରେ ଆମେ ୟୁଜରମାନଙ୍କୁ ଏକ ମିସ୍ କଲ୍ ମାଧ୍ୟମରେ ସେମାନଙ୍କ ଫୋନ୍ ନମ୍ବର ଯାଞ୍ଚ କରିବାରେ ସହଜ କରିବାକୁ ଆମେ ୟୁଜର ଡିଭାଇସ୍ ଠାରୁ କଲ୍ ଲଗ୍ ପଡିବା ପାଇଁ ଅନୁମତି ମାଗିଥାଉ ପଞ୍ଜୀକରଣ ଉଦ୍ଦେଶ୍ୟରେ OTP ଆସିବାରେ ବିଳମ୍ବ ହେଲେ ଏହି କାର୍ଯ୍ୟ ମଧ୍ୟ ଉପଭୋକ୍ତାମାନଙ୍କ ଦ୍ୱାରା ଚୟନ କରାଯାଇଥାଏପଞ୍ଜୀକରଣ ଉଦ୍ଦେଶ୍ୟ ପାଇଁ
ଆମେ ମଧ୍ୟ ଲେନ୍ସର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଆପେଲ୍ 'ର ଟ୍ରୁ ଡେପ୍ଥ କ୍ୟାମେରାରୁ ସୂଚନା ବ୍ୟବହାର କରିପାରୁ। ଟ୍ରୁ ଡେପ୍ଥ କ୍ୟାମେରାରୁ ବ୍ୟବହୃତ ସୂଚନା ବାସ୍ତବ ସମୟରେ ହୋଇଥାଏ ଏବଂ ଆମେ ଏହା ଏହି ସୂଚନା ଆମ ସର୍ଭରରେ ଗଚ୍ଛିତ ରଖିବୁ ନାହିଁ। ଏହି ସୂଚନା କୌଣସି ତୃତୀୟ ପକ୍ଷ ସହ ଅଂଶୀଦାର କରାଯାଏ ନାହିଁ।

ଆପଣଙ୍କ ସୂଚନାର ପରିପ୍ରକାଶ#

ଆମ୍ଭେମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ନିମ୍ନଲିଖିତ ଶୈଳୀରେ ପରିପ୍ରକାଶ କରିପାରୁ:

ଅନ୍ୟମାନଙ୍କୁ ଦୃଶ୍ୟମାନ ହେଉଥିବା ବିଷୟବସ୍ତୁ#

ସାର୍ବଜନୀନ ବିଷୟବସ୍ତୁ ଯଥା, ଆପଣଙ୍କ ବ୍ୟବହାରକାରୀ ପ୍ରୋଫାଇଲରେ କିମ୍ବା ଅନ୍ୟ କୌଣସି ବ୍ୟବହାରକାରୀଙ୍କ ପ୍ରୋଫଇଲରେ ଆପଣ ପୋଷ୍ଟ କରୁଥିବା କୌଣସି ବିଷୟବସ୍ତୁ କିମ୍ବା ଏକ ପୋଷ୍ଟର କମେଣ୍ଟ ସର୍ଚ୍ଚ ଇଞ୍ଜିନକୁ ଅନ୍ତର୍ଭୁକ୍ତ କରି ସମସ୍ତଙ୍କ ପାଇଁ ଅଭିଗମ୍ୟ ହୋଇଥାଏ। କୌଣସି ସୂଚନା ଯାହାକି ଆପଣ ପ୍ଲାଟଫର୍ମରେ ପୋଷ୍ଟ କରିବା ପାଇଁ ସ୍ୱେଚ୍ଛାରେ ପ୍ରକାଶ କରିଥାନ୍ତି, ଆପଣଙ୍କ ପ୍ରୋଫାଇଲ୍ ପୃଷ୍ଠା ସୂଚନାକୁ ଅନ୍ତର୍ଭୁକ୍ତ କରି, ସମସ୍ତଙ୍କ ପାଇଁ ଅଭିଗମ୍ୟ ହୋଇଥାଏ। ଯେତେବେଳେ ଆପଣ ଏହି ପ୍ଲାଟଫର୍ମରେ ପୋଷ୍ଟ କରୁଥିବା, ଦାଖଲ କରୁଥିବା କିମ୍ବା ସେୟାର୍ କରୁଥିବା ବିଷୟବସ୍ତୁ ସାର୍ବଜନୀନ କରିବାକୁ ଚୟନ କରନ୍ତି, ଏହା ଅନ୍ୟମାନଙ୍କ ଦ୍ୱାରା ରିସେୟାର୍ ବା ପୁନଃ ଅଂଶୀଦାର କରାଯାଇପାରେ। ଆପଣ ବିଚାର କରିବା ଉଚିତ୍ ଯେ ଆପଣ କାହାସହିତ ଅଂଶୀଦାର କରିବାକୁ ବାଛିବେ, ଆମ ପ୍ଲାଟଫର୍ମରେ ଯେଉଁ ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକଳାପ ଦେଖିପାରିବେ ସେମାନେ ଏହାକୁ ପ୍ଲାଟଫର୍ମ ଭିତରେ ଏବଂ ବାହାରେ ତଥା ଆପଣ ଏହାକୁ ଅଂଶୀଦାର କରିଥିବା ବାହ୍ୟ ସ୍ରୋତାଙ୍କ ସହିତ ଅନ୍ୟ ବ୍ୟକ୍ତିମାନଙ୍କ ସହ ମଧ୍ୟ ସେୟାର୍ କରିପାରନ୍ତି।

ବ୍ୟବହାରକାରୀ ମଧ୍ୟ ସେମାନେ ବାଛିଥିବା ଶ୍ରୋତାଙ୍କ ମଧ୍ୟରେ ଆପଣଙ୍କ ବିଷୟରେ କୌଣସି ବିଷୟବସ୍ତୁ ଉତ୍ପନ୍ନ କରିପାରିବେ ଏବଂ ଆମ ପ୍ଲାଟଫର୍ମ ବ୍ୟବହାର କରି ଅଂଶୀଦାର କରିପାରିବେ, ଯେପରିକି ଆପଣଙ୍କର ଫଟୋ ପୋଷ୍ଟ କରିବା କିମ୍ବା ଆପଣଙ୍କୁ ସେମାନଙ୍କର କୌଣସି ପୋଷ୍ଟରେ ଟ୍ୟାଗ କରିବା। ଆମ୍ଭେମାନେ ସମସ୍ତ ସାର୍ବଜନୀନ ବିଷୟବସ୍ତୁ କୌଣସି ସୋସିଆଲ୍ ମିଡିଆ ସାଇଟ୍ କିମ୍ବା ଅନ୍ୟ କୌଣସି ଅନଲାଇନ୍ କିମ୍ବା ଅଫଲାଇନ୍ ପ୍ଲାଟଫର୍ମରେ ସେୟାର କରିବାର ଅଧିକାର ସଂରକ୍ଷିତ ରଖୁ। ଆମେ କେବେ ବି ଆପଣଙ୍କ ବ୍ୟକ୍ତିଗତ ସୂଚନା ତୃତୀୟ ପକ୍ଷକୁ ଭଡ଼ାରେ ଦେଉନାହିଁ କିମ୍ବା ବିକ୍ରୟ କରୁନାହିଁ କେବଳ ବେନାମୀ ହୋଇଥିବା ଆଧାର ବ୍ୟତୀତ, ଅନ୍ୟଥା ଏହି ଗୋପନୀୟତା ନୀତିରେ ପ୍ରକାଶ୍ୟରେ ଦିଆଯାଇଥିଲେ।

ଗ୍ରୁପ୍ ଅଫ୍ କମ୍ପାନି ସହିତ ଅଂଶୀଦାର କରିବା#

ଆମେ ଆପଣଙ୍କ ବ୍ୟକ୍ତିଗତ ସୂଚନା ଆମ ଗୋଷ୍ଠୀର ଅନ୍ୟ ସଦସ୍ୟଙ୍କ ସହ ଆଦାନପ୍ରଦାନ କରିପାରୁ। ଏହି ଶବ୍ଦ "ଗ୍ରୁପ୍" ସୂଚିତ କରିବ କୌଣସି ଅନୁଷ୍ଠାନ ଯାହାକି ଆମ୍ଭଦ୍ୱାରା ନିୟନ୍ତ୍ରିତ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ ଯାହାକି ଆମ୍ଭ ନିୟନ୍ତ୍ରଣରେ ରହିଛି, ପ୍ରତ୍ୟକ୍ଷ ଭାବରେ କିମ୍ବା ପରୋକ୍ଷ ଭାବରେ।

ଆପଣ ଅନ୍ୟମାନଙ୍କ ସହ କ’ଣ ସେୟାର କରନ୍ତି#

ଯେତେବେଳେ ଆପଣ ଆମର ପ୍ଲାଟଫର୍ମ ବ୍ୟବହାର କରି ବିଷୟବସ୍ତୁ ଅଂଶୀଦାର କରନ୍ତି ଏବଂ ଯୋଗାଯୋଗ କରନ୍ତି, ଆପଣ ସେହି ଶ୍ରୋତାମାନଙ୍କୁ ଚୟନ କରନ୍ତି ଯେଉଁମାନେ ଏପରି ବିଷୟବସ୍ତୁ ଦେଖିପାରିବେ। ଉଦାହରଣସ୍ୱରୂପ, ଆପଣ ଯେତେବେଳେ ଫେସବୁକ୍‌ରେ ଆମ ପ୍ଲାଟଫର୍ମରୁ କୌଣସି ବିଷୟବସ୍ତୁ ପୋଷ୍ଟ କରନ୍ତି, ଆପଣ ପୋଷ୍ଟ ପାଇଁ ଶ୍ରୋତାଙ୍କୁ ଚୟନ କରନ୍ତି, ଯେପରିକି ଜଣେ ବନ୍ଧୁ, ବନ୍ଧୁଙ୍କର ବର୍ଗ, ବନ୍ଧୁଙ୍କର ଗୋଷ୍ଠୀ କିମ୍ବା ଆପଣଙ୍କର ସମସ୍ତ ବନ୍ଧୁ। ଠିକ୍ ସେହିପରି ଭାବରେ, ଆପଣ ଯେତେବେଳେ ଆପଣଙ୍କ ମୋବାଇଲ୍ ଡିଭାଇସରେ ଆମ ପ୍ଲାଟଫର୍ମରେ ବିଷୟବସ୍ତୁ ଅଂଶୀଦାର କରିବା ପାଇଁ ଆପଣଙ୍କ ମୋବାଇଲ୍ ଡିଭାଇସରେ ହ୍ୱାଟସଆପ୍ କିମ୍ବା ଅନ୍ୟ କୌଣସି ଆପ୍ଲିକେସନ୍ ବ୍ୟବହାର କରନ୍ତି, ଆପଣ ଏହି ବିଷୟବସ୍ତୁ କାହା ସହିତ ଅଂଶୀଦାର କରିବେ ବାଛିବା ଉଚିତ୍। ଆମ୍ଭେମାନେ ଏହାକୁ ନିୟନ୍ତ୍ରଣ କରୁନାହିଁ କିମ୍ବା ଏଥିପାଇଁ କୌଣସି ପ୍ରକାରେ ଉତ୍ତରଦାୟୀ ହେବୁ ନାହିଁ, ଯେଉଁଥିରେ ଏପରି ବ୍ୟକ୍ତି (ଯାହା ସହିତ ଆପଣ କୌଣସି ସେୟାର୍ କରିବା ବିକଳ୍ପ ଯେପରିକି ହ୍ୱାଟସଆପ୍ କିମ୍ବା ଫେସବୁକ୍ ମାଧ୍ୟମରେ, ପ୍ଲାଟଫର୍ମରେ ଉପଲବ୍ଧ ବିଷୟବସ୍ତୁ ଅଂଶୀଦାର କରିବାକୁ ବାଛିଥାନ୍ତି) ଏହି ସୂଚନା ବ୍ୟବହାର କରିଥାନ୍ତି ଯାହାକି ଆପଣ ତାଙ୍କ ସହିତ ଅଂଶୀଦାର କରିଥାନ୍ତି।

ତୃତୀୟପକ୍ଷଗୁଡ଼ିକ ସହ ଅଂଶୀଦାର କରିବା#

ଆମେ ଆପଣଙ୍କ ସୂଚନା (ବ୍ୟକ୍ତିଗତ ସୂଚନା ଅନ୍ତର୍ଭୁକ୍ତ କରି) ତୃତୀୟ ପକ୍ଷଙ୍କ ସହିତ ଅଂଶୀଦାର କରିପାରୁ, ଅନ୍ତର୍ଭୁକ୍ତ କରି:

  • ବ୍ୟବସାୟ ସହଯୋଗୀବୃନ୍ଦ, ଯୋଗାଣକାରୀ ବୃନ୍ଦ ଏବଂ ସବକଣ୍ଟ୍ରାକ୍ଟରବୃନ୍ଦ ("ଅନୁବନ୍ଧିତଗଣ")। ସେବା ପ୍ରଦାନ କରିବାକୁ, ବୁଝିବାକୁ ଏବଂ ସେବାରେ ଉନ୍ନତି ଆଣିବାକୁ ଅନୁବନ୍ଧିତଗୁଣ ଏହି ସୂଚନା ବ୍ୟବହାର କରିପାରନ୍ତି ଏବଂ ଆମେ ଆପଣଙ୍କ ସହିତ ଚୁକ୍ତିବଦ୍ଧ ହୋଇଥିବା କୌଣସି ଚୁକ୍ତିନାମାର କାର୍ଯ୍ୟଦକ୍ଷତା ପାଇଁ ଅନୁବନ୍ଧିତବୃନ୍ଦ ସେବାର ମାଲିକାନା ଧାରଣ କରନ୍ତି।

  • ବିଜ୍ଞାପନଦାତାବୃନ୍ଦ ଏବଂ ବିଜ୍ଞାପନ ଦେଉଥିବା ନେଟୱାର୍କ ଯାହାକି ଆପଣଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ପ୍ରାସଙ୍ଗିକ ବିଜ୍ଞାପନ ଚୟନ ଓ ପରିବେଷଣ ପାଇଁ ଆବଶ୍ୟକ କରିଥାନ୍ତି। ଆମ୍ଭେମାନେ ଆମ ବିଜ୍ଞାପନଦାତାବୃନ୍ଦଙ୍କ ସହିତ ଚିହ୍ନଟଯୋଗ୍ୟ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସୂଚନା ପ୍ରକାଶ କରିନଥାଉ କିନ୍ତୁ ଆମେ ଆମ ବ୍ୟବହାରକାରୀଙ୍କ ବିଷୟରେ ଏକତ୍ରିତ ସୂଚନା ସେମାନଙ୍କୁ ପ୍ରଦାନ କରିପାରୁ (ଉଦାହରଣ ସ୍ୱରୂପ, ଆମେ ସେମାନଙ୍କୁ ଜଣାଇ ଦେଇପାରୁ ଯେ କୌଣସି ଦିଆଯାଇଥିବା ସଂଖ୍ୟକ ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗରେ ସେମାନଙ୍କ ବିଜ୍ଞାପନ ପାଇଁ କୌଣସି ଦିଆଯାଇଥିବା ଦିନରେ କ୍ଲିକ୍ କରାଯାଇଥିଲା)। ଆମେ ମଧ୍ୟ ଏହିପରି ଏକତ୍ରିତ ସୂଚନାକୁ ବିଜ୍ଞାପନ ଦାତାମାନେ ଯେଉଁପ୍ରକାରର ଶ୍ରୋତାଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛନ୍ତି ସେମାନଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିବା ପାଇଁ ବ୍ୟବହାର କରିପାରୁ।

  • ସରକାରୀ ଅନୁଷ୍ଠାନଗୁଡ଼ିକ କିମ୍ବା ଆଇନ ଲାଗୁ କରୁଥିବା ଏଜେନ୍ସିଗୁଡ଼ିକ, ଯଦି ଆମ୍ଭମାନଙ୍କର ସର୍ବୋତ ବିଶ୍ୱାସ ରହିଥାଏ ଯେ ଆଇନଗତ ଦାୟିତ୍ୱ ଅନୁପାଳନ ପାଇଁ କିମ୍ବା କୌଣସି ସରକାରୀ ଅନୁରୋଧ ଅନୁପାଳନ ପାଇଁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ କିମ୍ବା ସୂଚନା ଅଂଶୀଦାର କରିବା ପାଇଁ ଏହା ଯଥାର୍ଥ ଭାବରେ ଆବଶ୍ୟକ କିମ୍ବା ଅଧିକାରର ସୁରକ୍ଷା ପାଇଁ କିମ୍ବା ସମ୍ପତ୍ତି ପ୍ରତି କୌଣସି କ୍ଷତି ପ୍ରତିହତ କରିବାପାଇଁ କିମ୍ବା କମ୍ପାନି, ଆମ ଗ୍ରାହକ କିମ୍ବା ଜନସାଧାରଣଙ୍କ ନିରାପତ୍ତା ପାଇଁ ; ସାର୍ବଜନୀନ ସୁରକ୍ଷା, ଠକାମି, ସୁରକ୍ଷା କିମ୍ବା ଜ୍ଞାନକୌଶଳଗତ ସମସ୍ୟାର ସମାଧାନ ପାଇଁ କିମ୍ବା ଅନ୍ୟଥା ଏହା ଚିହ୍ନଟ, ପ୍ରତିହତ କରିବା ପାଇଁ।

ଆମେ ମଧ୍ୟ ଆପଣଙ୍କ ସୂଚନା (ବ୍ୟକ୍ତିଗତ ସୂଚନା ଅନ୍ତର୍ଭୁକ୍ତ କରି) ନିମ୍ନଲିଖିତ ପରିସ୍ଥିତିରେ ବଛା ବଛା ପକ୍ଷମାନଙ୍କ ସହିତ ଅଂଶୀଦାର କରିପାରୁ:

  • ଯଦି ଏହି କମ୍ପାନି କିମ୍ବା ମହତ୍ୱପୂର୍ଣ୍ଣ ଭାବରେ ଏହାର ସମସ୍ତ ଆସେଟ୍ ଏକ ତୃତୀୟ ପକ୍ଷର ଅଧିକାରଭୁକ୍ତ ହୋଇଥାଏ, ଯେଉଁ ଘଟଣାରେ ଏହାର ଗ୍ରାହକଙ୍କ ସମ୍ପର୍କିତ ରଖାଯାଇଥିବା ବ୍ୟକ୍ତିଗତ ତଥ୍ୟ ଅନ୍ୟତମ ସ୍ଥାନାନ୍ତରିତ ଆସେଟ୍ ହେବ। ଯଦି ଆମ୍ଭେ ଏକ ମିଶ୍ରଣ ବା ନିମଜ୍ଜନ, ଅଧିଗ୍ରହଣ, ଦେବାଳିଆ, ପୁନର୍ଗଠନ, କିମ୍ବା ସମ୍ପତ୍ତି ବା ଆସେଟ୍ ବିକ୍ରୟ ସହିତ ଜଡିତ ହୋଇଥାଉ, ଏହିକି ଯେ ଆପଣଙ୍କର ସୂଚନା ସ୍ଥାନାନ୍ତରିତ ହେବ କିମ୍ବା ଏକ ଭିନ୍ନ ଗୋପନୀୟତା ନୀତି ଅଧୀନରେ ରହିବ, ଆମ୍ଭେମାନେ ଆପଣଙ୍କୁ ଆଗୁଆ ଜଣାଇ ଦେବୁ ଯାହା ଦ୍ୱାରା ଆପଣ ସ୍ଥାନାନ୍ତରଣ ପୂର୍ବରୁ ଆପଣଙ୍କ ଆକାଉଣ୍ଟ ବିଲୋପ କରି ଏହିପରି କୌଣସି ନୂତନ ନୀତିରୁ ବାଦ୍ ପଡିପାରିବେ।

  • ଆମର ସର୍ତ୍ତାବଳି ଏବଂ/ କିମ୍ବା ଅନ୍ୟ କୌଣସି ରାଜିନାମାବଳବତ୍ତର କରିବା ପାଇଁ କିମ୍ବା ଆବେଦନ କରିବା ପାଇଁ।

ସୁରକ୍ଷା ବିଧିଗୁଡ଼ିକ#

ଆମ୍ଭ ଦ୍ୱାରା ସଂଗୃହୀତ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଆମ୍ଭେମାନେ ଯଥାର୍ଥ ଟେକ୍ନିକାଲ୍ ଏବଂ ସୁରକ୍ଷା ପଦକ୍ଷେପ ଗ୍ରହଣ କରୁଛୁ। ଯେଉଁଠାରେ ଆମ୍ଭେମାନେ ଆପଣଙ୍କୁ (କିମ୍ବା ଯେଉଁଠାରେ ଆପଣ ବାଛିଥାନ୍ତି) ଏକ ୟୁଜର ନେମ୍ ବା ଉପଭୋକ୍ତା ନାମ ଦେଇଥାଉ ଯାହାକି ଆପଣଙ୍କୁ ଏହି ପ୍ଲାଟଫର୍ମ ଆକ୍ସେସ୍ କରିବାକୁ ସକ୍ଷମ କରିଥାଏ, ଆପଣ ଏହି ବିବରଣୀ ଗୋପନୀୟ ରଖିବା ପାଇଁ ଦାୟୀ ହୋଇଥାନ୍ତି। ଆମ୍ଭେମାନେ ଆପଣଙ୍କୁ କହୁଛୁ ଯେ ଆପଣଙ୍କ ପାସୱାର୍ଡ ଅନ୍ୟ କାହାକୁ ଜଣାଇବେ ନାହିଁ।

ଆମେ ଆପଣଙ୍କର ବ୍ୟକ୍ତିଗତ ସୂଚନାର କେଉଁଠାରେ ସଂରକ୍ଷିତ ରଖୁ#

ଆମ୍ଭେମାନେ ଆପଣଙ୍କ ଡାଟା ଆମାଜନ୍ ୱେବ୍ ସର୍ଭିସେସ୍, ଆଇଏନସି. (ଯାହାର ମୁଖ୍ୟ କାର୍ଯ୍ୟାଳୟ 410 ଟେରି ଏଭ୍ ଏନ ସିଆଟଲ୍, ୱାସିଙ୍ଗଟନ୍ 98109, ୟୁଏସଏରେ ଅବସ୍ଥିତ) ଦ୍ୱାରା ପ୍ରଦାନ କରାଯାଇଥିବା ଆମାଜନ୍ ୱେବ୍ ସର୍ଭିସେସ୍ କ୍ଲାଉଡ୍ ପ୍ଲାଟଫର୍ମରେ ସଂରକ୍ଷିତ ରଖୁ ଏବଂ ଗୁଗୁଲ୍ ଏଲଏଲସି (ଯାହାର ମୁଖ୍ୟ କାର୍ଯ୍ୟାଳୟ 1101 ଏସ୍ ଫ୍ଲାୱାର ଏସଟି, ବୁରବ୍ୟାଙ୍କ୍, କାଲିଫର୍ଣ୍ଣିଆ 91502, ୟୁଏସଏରେ ଅବସ୍ଥାପିତ) ଦ୍ୱାରା ପ୍ରଦାନ କରାଯାଇଥିବା ଗୁଗୁଲ୍ କ୍ଲାଉଡ୍ ପ୍ଲାଟଫର୍ମରେ ମଧ୍ୟ ଭାରତରେ ଓ ବିଦେଶରେ ରହିଥିବା ସେମାନଙ୍କ ସର୍ଭରରେ ସଂରକ୍ଷିତ ରଖେ। ଉଭୟ ଆମାଜନ୍ ୱେବ୍ ସର୍ଭିସେସ୍ ଏବଂ ଗୁଗୁଲ୍ କ୍ଲାଉଡ୍ ପ୍ଲାଟଫର୍ମ ସୂଚନାର ହାନି, ଅପ ବ୍ୟବହାର ଏବଂ ପରିବର୍ତ୍ତନର ସୁରକ୍ଷା ପାଇଁ ସୁରକ୍ଷା ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି, ଯାହାର ବିବରଣୀ https://aws.amazon.com/ ଏବଂ https://cloud.google.com ରେ ଉପଲବ୍ଧ ରହିଛି। ଆମାଜନ୍ ୱେବ୍ ସର୍ଭିସେସ୍ ଏବଂ ଗୁଗୁଲ୍ କ୍ଲାଉଡ୍ ପ୍ଳାଟଫର୍ମ ଦ୍ୱାରା ଗ୍ରହଣ କରାଯାଇଥିବା ଗୋପନୀୟତା ନୀତିଗୁଡ଼ିକ https://aws.amazon.com/privacy/?nc1=f_pr ଏବଂ https://policies.google.com/privacy ରେ ଉପଲବ୍ଧ ରହିଛି।

ଏହି ନୀତିର ପରିବର୍ତ୍ତନଗୁଡ଼ିକ#

ଏହି କମ୍ପାନି ଉକ୍ତ ଗୋପନୀୟତା ନୀତିରେ ସମୟ ସମୟରେ ଅଦ୍ୟତନ କରିପାରେ। ଆମେ ଯେତେବେଳେ ଏହି ଗୋପନୀୟତା ନୀତିରେ ପରିବର୍ତ୍ତନ କରୁ ଯେଉଁ ବିଷୟରେ ଆପଣ ଜାଣିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଆମେ ଅଦ୍ୟତନ ହୋଇଥିବା ଗୋପନୀୟତା ନୀତି ଏହି ଲିଙ୍କରେ ପୋଷ୍ଟ କରିବୁ।

ବୈଧାନିକ ସତର୍କବାଣୀ#

ଦୁର୍ଭାଗ୍ୟର ବିଷୟ, ଇଣ୍ଟରନେଟ୍ ମାଧ୍ୟମରେ ସୂଚନାର ସମ୍ପ୍ରସାରଣ ସଦାସର୍ବଦା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ହୋଇନପାରେ। ଯଦିଓ ଆମ୍ଭେ ଆମର ବ୍ୟକ୍ତିଗତ ସୂଚନାର ସୁରକ୍ଷା ପାଇଁ ସାଧ୍ୟମତେ ଉଦ୍ୟମ କରିବୁ, ଆମେ ଏହି ପ୍ଲାଟଫର୍ମକୁ ସମ୍ପ୍ରସାରିତ ତଥ୍ୟର ସୁରକ୍ଷାର ପ୍ରତିଶ୍ରୁତି ଦେଇପାରିବୁ ନାହିଁ: ଯେକୌଣସି ତଥ୍ୟ ପ୍ରସାରଣ ଆପଣଙ୍କ ନିଜସ୍ୱ ବିପଦର ଆଶଙ୍କା ସହିତ ହୋଇଥାଏ। ଆମେ ଆପଣଙ୍କ ସୂଚନା ପାଇବା ପରେ, ଅନଧିକୃତ ଅଭିଗମ୍ୟତା ପ୍ରତିହତ କରିବା ପାଇଁ ଆମେ ଆମର ସାଧ୍ୟମତେ କଡ଼ାକଡ଼ି ପଦ୍ଧତି ଏବଂ ସୁରକ୍ଷା ବୈଶିଷ୍ଟ୍ୟ ବ୍ୟବହାର କରୁ।

ଆପଣଙ୍କର ଅଧିକାରଗୁଡ଼ିକ#

ଆପଣ ଯେକୌଣସି ସମୟରେ ଆପଣଙ୍କ ୟୁଜର ଆକାଉଣ୍ଟ/ପ୍ରୋଫାଇଲରୁ ବିଷୟବସ୍ତୁ ଏବଂ ଆପଣଙ୍କ ଆକାଉଣ୍ଟ/ପ୍ରୋଫାଇଲ୍ ଅପସାରଣ କିମ୍ବା ବିଲୋପ କରିବା ପାଇଁ ମୁକ୍ତ ଅଟନ୍ତି। ଅବଶ୍ୟ, ଆପଣଙ୍କ କାର୍ଯ୍ୟକଳାପ ଏବଂ ଆମ ପ୍ଲାଟଫର୍ମରେ ଆକାଉଣ୍ଟର ଇତିହାସ ଆମ ନିକଟରେ ଉପଲବ୍ଧ ରହିବ।

ଆପଣ ଲଗ୍ ଇନ୍ କରି ଏବଂ ଆପଣଙ୍କ ପ୍ରୋଫାଇଲ୍ ପୃଷ୍ଠାକୁ ଭିଜିଟ୍ କରି ଆପଣଙ୍କ ଆକାଉଣ୍ଟରୁ ବ୍ୟକ୍ତିଗତ ସୂଚନା ସଂଶୋଧନ, ଠିକ୍ କରିବା, ଯୋଗ କିମ୍ବା ବିଲୋପ କରିପାରିବେ। ଉପରେ ଲିପିବଦ୍ଧ କରାଯାଇଥିବା ଅନୁଯାୟୀ, ଆପଣ ଏହି ସନ୍ଦେଶରେ ଦିଆଯାଇଥିବା ନିର୍ଦ୍ଦେଶାବଳି ଅନୁସରଣ କରି ଆମଠାରୁ ଅବାଞ୍ଛିତ ଇମେଲ୍ ଯୋଗାଯୋଗ ନ ପାଇବାକୁ ବାଛିପାରିବେ। ଅବଶ୍ୟ, ଆପଣଙ୍କ ଆକାଉଣ୍ଟ ବିଲୋପ ହେବା ପର୍ଯ୍ୟନ୍ତ ଆପଣ ସମସ୍ତ ସିଷ୍ଟମ ଇମେଲ୍ ପାଇବା ଜାରି ରହିବ।ପ୍ଲାଟଫର୍ମରୁ ଆପଣଙ୍କର ଆକାଉଣ୍ଟ୍ ଡିଲିଟ୍ କରିବା ଏବଂ ୟୁଜର ଡାଟା ଅପସାରଣ କରିବା ପାଇଁ, ଦୟାକରି ଆପଣଙ୍କର ଆପର ସେଟିଂକୁ ଯାଆନ୍ତୁ ଏବଂ 'ଆକାଉଣ୍ଟ୍ ଡିଲିଟ୍ ଅନୁରୋଧ' / 'ମୋ ଡାଟା ଡିଲିଟ୍' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଅଧିକ ସୂଚନା ପାଇଁ, ଦୟାକରି ଆକାଉଣ୍ଟ୍ ଡିଲିଟ୍ FAQs କୁ ଅନୁସରଣ କରନ୍ତୁ |

ଡାଟା ଧରି ରଖିବା#

ଆମେ ଆପଣଙ୍କର ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା (ଏହି ଅନୁଚ୍ଛେଦରେ ନିମ୍ନରେ ବ୍ୟାଖ୍ୟା କରାଯାଇଛି), ଯେଉଁ ଉଦ୍ଦେଶ୍ୟ ପାଇଁ ଏହି ସୂଚନା ଆଇନଗତ ଭାବରେ ବ୍ୟବହାର କରାଯାଇଥାଏ, ସେହି ଉଦ୍ଦେଶ୍ୟରେ ଆବଶ୍ୟକତାଠାରୁ ଅଧିକ ଦିନ ପର୍ଯ୍ୟନ୍ତ ରଖୁନାହିଁ। ଅନ୍ୟ କୌଣସି ବିଷୟବସ୍ତୁ ପାଇଁ, ଆମ୍ଭେମାନେ ବିଲୋପନ ପାଇଁ ଆପଣଙ୍କ ଅନୁରୋଧକୁ ବିଚାର କରିବୁ, ଅବଶ୍ୟ, ଦୃଢ଼ ସମ୍ଭାବନା ରହିଛି ଯେ କୌଣସି ସାର୍ବଜନୀନ ବିଷୟବସ୍ତୁର ନକଲଗୁଡ଼ିକ ଅସୀମ ସମୟ ପର୍ଯ୍ୟନ୍ତ ଆମ ସିଷ୍ଟମରେ ରହିବ, କାଚେ ହୋଇଥିବା ଭାବରେ ଏବଂ ପ୍ଲାଟଫର୍ମର ଆର୍କାଇଭ୍ ହୋଇଥିବା ପୃଷ୍ଠାଗୁଡ଼ିକୁ ଅନ୍ତର୍ଭୁକ୍ତ କରି କିମ୍ବା ଯଦି ଅନ୍ୟ ବ୍ୟବହାରକାରୀ ସେହି ସୂଚନା ନକଲ କରିଥାନ୍ତି କିମ୍ବା ସେଭ୍ କରିଥାନ୍ତି ତାହାକୁ ଅନ୍ତର୍ଭୁକ୍ତ କରି। ଏହା ସହିତ ଇଣ୍ଟରନେଟର୍ ପ୍ରକୃତି କାରଣରୁ, ଆପଣଙ୍କର ବିଷୟବସ୍ତୁର ନକଲଗୁଡ଼ିକ ଆପଣଙ୍କ ଆକାଣ୍ଟରୁ ଅପସାରିତ କିମ୍ବା ବିଲୋପିତ ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରି, ଅନ୍ୟ କୌଣସି ସ୍ଥାନରେ ମଧ୍ୟ ବିଦ୍ୟମାନ ରହିଥାଇପାରେ ଏବଂ ଅସୀମ ସମୟ ପର୍ଯ୍ୟନ୍ତ ରହିପାରେ। "ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା" ର ଅର୍ଥ ହେଉଛି ପାସୱାର୍ଡ ଏବଂ ଅନ୍ୟ କୌଣସି ସୂଚନା ଯାହାକୁ କି ନିୟମାବଳିର ଆଇନ 3 ଅଧୀନରେ ସମ୍ବେଦନଶୀଳ ଭାବରେ ବର୍ଗୀକୃତ କରାଯାଇଛି।

ତୃତୀୟ ପକ୍ଷ ଲିଙ୍କଗୁଡ଼ିକ#

ଏହି ପ୍ଲାଟଫର୍ମ ସମୟ ସମୟରେ ଆମର ଅଂଶୀଦାର ନେଟୱାର୍କଗୁଡ଼ିକର ୱେବସାଇଟରୁ କିମ୍ବା ୱେବସାଇଟକୁ ଲିଙ୍କଗୁଡ଼ିକ, ଆଡଭର୍ଟାଇଜର୍, ଅନୁବନ୍ଧିତବୃନ୍ଦ ଏବଂ/କିମ୍ବା ଅନ୍ୟ କୌଣସି ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ଲିକେସନ୍ ଧାରଣ କରିପାରେ। ଯଦି ଆପଣ ଏହିସବୁ ୱେବସାଇଟଗୁଡ଼ିକ ମଧ୍ୟରୁ କୌଣସିଟି ପାଇଁ ଗୋଟିଏ ଲିଙ୍କ୍ ଅନୁସରଣ କରନ୍ତି, ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହି ୱେବସାଇଟଗୁଡ଼ିକର ନିଜସ୍ୱ ଗୋପନୀୟ ନୀତି ରହିଛି ଏବଂ ଆମ୍ଭେମାନେ ଏହି ନୀତିଗୁଡ଼ିକ ପାଇଁ କୌଣସି ଦାୟିତ୍ୱ ବା ଉତ୍ତରଦାୟିତ୍ୱ ସ୍ୱୀକାର କରୁନାହିଁ। ଦୟାକରି ଏହି ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ଲିକେସନଗୁଡ଼ିକରେ କୌଣସି ବ୍ୟକ୍ତିଗତ ତଥ୍ୟ ଦାଖଲ କରିବା ପୂର୍ବରୁ ଏହି ନୀତିଗୁଡ଼ିକ ଯାଞ୍ଚ କରନ୍ତୁ।

ମ୍ୟୁଜିକ୍ ଲେବଲଗୁଡ଼ିକ#

ଆପ୍ ଏକ ସର୍ଟ-ଭିଡିଓ ପ୍ଲାଟଫର୍ମ ହେତୁ, ପ୍ଲାଟଫର୍ମରେ ସର୍ବୋତ୍ତମ ୟୁଜର ଏକ୍ସପିରିଏନ୍ସ ନିଶ୍ଚିତ କରିବାକୁ ଆମେ ବିଭିନ୍ନ ମ୍ୟୁଜିକ୍ ଲେବଲ୍ ସହିତ ମ୍ୟୁଜିକ୍ ଲାଇସେନ୍ସ ଚୁକ୍ତିନାମା କରିଛୁ । ମ୍ୟୁଜିକ ଡାଟା ସମ୍ପର୍କିତ ସୂଚନା ସମୟ ସମୟରେ ବେନାମୀ ହୋଇଥିବା ଶୈଳୀରେ ଏପରି ମ୍ୟୁଜିକ୍ ଲେବଲଗୁଡ଼ିକ ସହିତ ଅଂଶୀଦାର କରାଯାଇପାରେ।

ତୃତୀୟ ପକ୍ଷ ଏମ୍ବେଡଗୁଡ଼ିକ#

ଥାର୍ଡ-ପାର୍ଟି ଏମ୍ବେଡ୍ସ ଏବଂ ସର୍ଭିସେସ୍‌ କ'ଣ?#

ଆପଣ ପ୍ଲାଟଫର୍ମରେ ଦେଖୁଥିବା କଣ୍ଟେଣ୍ଟ ମଧ୍ୟରୁ କିଛି ପ୍ଲାଟଫର୍ମ ହୋଷ୍ଟ କରିନଥାଏ। ଏହି "ଏମ୍ବେଡ୍ସ" ଥାର୍ଡ-ପାର୍ଟି ବା ତୃତୀୟ ପକ୍ଷଙ୍କ ଦ୍ବାରା ହୋଷ୍ଟ ହୋଇଥାଏ ଏବଂ ପ୍ଲାଟଫର୍ମରେ ଏମ୍ବେଡ୍‌ କରାଯାଇଥାଏ। ଉଦାହରଣ ସ୍ବରୂପ: ୟୁଟ୍ୟୁବ୍‌ ବା ଭିମିଓ ଭିଡିଓ, ଇମଗୁର୍‌ ବା ଜିଫି ଜିଫ୍ସ, ସାଉଣ୍ଡକ୍ଲାଉଡ୍‌ ଅଡିଓ ଫାଇଲ୍ସ, ଟ୍ବିଟର ଟ୍ବିଟ୍ସ ଏବଂ ସ୍କ୍ରିବ୍ଡ ଡକ୍ୟୁମେଣ୍ଟ୍ସ ଆଦି ଏକ ପ୍ଲାଟଫର୍ମର ପୋଷ୍ଟରେ ଦେଖିବାକୁ ମିଳିଥାଏ। ଏହି ଫାଇଲଗୁଡ଼ିକ ହୋଷ୍ଟ କରୁଥିବା ସାଇଟ୍‌କୁ ଡାଟା ପଠାଇଥାନ୍ତି, ସତେ ଯେପରି ଆପଣ ସେହି ସାଇଟ୍‌କୁ ସିଧାସଳଖ ଭିଜିଟ୍‌ କରୁଛନ୍ତି (ଉଦାହରଣ ସ୍ବରୂପ ୟୁଟ୍ୟୁବ୍‌ ଭିଡିଓ ଏମ୍ବେଡ୍‌ ହୋଇଥିବା ଏକ ପ୍ଲାଟଫର୍ମ ପୋଷ୍ଟ ପେଜ୍‌ ଲୋଡ୍‌ କରୁଛନ୍ତି , ୟୁଟ୍ୟୁବ୍‌ ଆପଣଙ୍କ ଆକ୍ଟିଭିଟି ବାବଦରେ ସୂଚନା ପାଇଯାଉଛି)।

ଆହୁରି ମଧ୍ୟ ସହିତ ଆମେ ସହଭାଗୀତା କରିଥିବା ଥାର୍ଡ ପାର୍ଟି ସର୍ଭିସ୍‌ଗୁଡ଼ିକ, ସ୍ବାଧନତାର ସହ ଡାଟା ସଂଗ୍ରହ କରି ଆପଣଙ୍କୁ ପ୍ଲାଟଫର୍ମରେ ନିର୍ଦ୍ଦିଷ୍ଟ କିଛି ସେବା ଯୋଗାଇଦେଉଛନ୍ତି। ସେହି ଥାର୍ଡ ପାର୍ଟି ସେବାଗୁଡ଼ିକ ଆପଣ ପ୍ଲାଟଫର୍ମରେ ବ୍ୟବହାର କରିବା ସମୟରେ ଆପଣଙ୍କୁ ତାହାର ଟର୍ମସ୍‌ ଅଫ ୟୁଜ୍‌ ନୋଟିଫାଇ କରାଯାଉଛି। ଉଦାହରଣ;- ସ୍ନାପ ଇଞ୍ଚ କୁ ଆପଣଙ୍କ ଫେସର ଫୋଟୋ ସଂଗ୍ରହ ଏବଂ ସଂରକ୍ଷଣ କରିପାରେ, ଯେପରିକି ଲେନ୍ସ ଭଳି ଆପରେ କିଛି ଫିଚର୍ସ୍ ବ୍ୟବହାରକୁ ସୁଗମ କରିବା ପାଇଁ ଏବଂ ଆପଣଙ୍କୁ ସେମାନଙ୍କ ସର୍ତ୍ତାବଳୀ ଏବଂ ସର୍ତ୍ତ ବିଷୟରେ ସୂଚିତ କରିବୁ । (ଉପଲବ୍ଧ ଅଛି - https://snap.com/en-US/privacy/privacy-policy and https://snap.com/en-US/terms) ଏପରି ସଂଗ୍ରହ ପୂର୍ବରୁ ।

ଥାର୍ଡ ପାର୍ଟି ଏମ୍ବେଡ୍ସ ଏବଂ ସର୍ଭିସେସ୍‌ ସହ ଜଡ଼ିତ ପ୍ରାଇଭେସି ସମସ୍ୟା#

ଥାର୍ଡ ପାର୍ଟି ସଂଗ୍ରହ କରୁଥିବା ଡାଟା ଏବଂ ସେମାନେ ଏହାକୁ ନେଇ କ'ଣ କରିବେ ତାହା ପ୍ଲାଟଫର୍ମ ନିୟନ୍ତ୍ରଣ କରେନାହିଁ। ତେଣୁ ଥାର୍ଡ ପାର୍ଟି ଏମ୍ବେଡ୍ସ ଏବଂ ସର୍ଭିସେସ୍‌ ପ୍ରାଇଭେସି ପଲିସି ଅଧୀନରେ ଆସୁନାହିଁ। ସେଗୁଡ଼ିକ ଥାର୍ଡ ପାର୍ଟି ସର୍ଭିସ୍‌ର ପ୍ରାଇଭେସି ପଲିସି ଅଧୀନରେ ରହିବ। ଏହିପରି ଏମ୍ବେଡ୍ କିମ୍ବା ଏପିଆଇ ସେବା ବ୍ୟବହାର କରି ଆପଣ ଥାର୍ଡ ପାର୍ଟି ସର୍ତ୍ତାବଳୀରେ ରାଜି ହେବା ପାଇଁ ବାଧ୍ୟ ଅଟନ୍ତି।

ଥାର୍ଡ଼ ପାର୍ଟି ଏମ୍ବେଡ୍ ଏବଂ API ସେବା ବ୍ୟବହାର କରିବା ପାଇଁ ପ୍ରଯୁଜ୍ୟ ଥାର୍ଡ଼ ପାର୍ଟି ନିୟମ ତାଲିକା :#

ଦୟାକରି ପ୍ଲାଟଫର୍ମରେ ବ୍ୟବହାର ହେଉଥିବା ଥାର୍ଡ଼ ପାର୍ଟି API ସେବାଗୁଡିକର ଅଣ-ସଂପୂର୍ଣ୍ଣ ତାଲିକା ନିମ୍ନରେ ଖୋଜନ୍ତୁ:

  • YouTube API ସେବାଗୁଡିକ ଏଠାରେ ଉପଲବ୍ଧ ନୀତିଗୁଡିକ ଦ୍ୱାରା ପରିଚାଳିତ: https://www.youtube.com/t/terms
  • Snap. Inc. ସେବାଗୁଡିକ ଏଠାରେ ଉପଲବ୍ଧ ସର୍ତ୍ତାବଳୀ ଦ୍ୱାରା ପରିଚାଳିତ: https://snap.com/en-US/terms

ନୀତିଗୁଡିକର ପ୍ରଯୁଜ୍ୟତା ଉପରେ କୌଣସି ଦ୍ୱନ୍ଦ୍ୱ କିମ୍ବା ଅସଙ୍ଗତି ହେଲେ, ତୃତୀୟ ପକ୍ଷର ସେବା ସର୍ତ୍ତାବଳୀ ଥାର୍ଡ଼ ପାର୍ଟି ଉତ୍ପାଦ / ସେବାଗୁଡିକର ବ୍ୟବହାରକୁ ନିୟନ୍ତ୍ରଣ କରିବ ଏବଂ MTPL ନୀତିଗୁଡ଼ିକ ପ୍ଲାଟଫର୍ମରେ ଉପଲବ୍ଧ ବିଷୟବସ୍ତୁ ଏବଂ MTPL ଦ୍ୱାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକୁ ନିୟନ୍ତ୍ରଣ କରିବ।

ତୃତୀୟ ପକ୍ଷ ଏମ୍ବେଡ୍ ସହିତ ବ୍ୟକ୍ତିଗତ ସୂଚନା ଅଂଶୀଦାର କରିବା#

କିଛି ଏମ୍ବେଡ୍ ଆପଣଙ୍କୁ ବ୍ୟକ୍ତିଗତ ସୂଚନା ପାଇଁ ପଚାରିପାରେ, ଯେପରିକି ଏକ ଫର୍ମ ମାଧ୍ୟମରେ ଆପଣଙ୍କର ଇମେଲ୍ ଠିକଣା। ଖଳ ଲୋକମାନଙ୍କୁ ପ୍ଲାଟଫର୍ମରୁ ଦୂରେଇ ରଖିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁ। ଯେପରି ଉପରେ ବର୍ଣ୍ଣନା କରାଯାଇଛି, ସେମାନଙ୍କର କାର୍ଯ୍ୟକଳାପ ଏହି ଗୋପନୀୟତା ନୀତି ଅଧୀନରେ ଆସେ ନାହିଁ। ତେଣୁ, ଯେତେବେଳେ ଆପଣ ପ୍ଲାଟଫର୍ମରେ ଏମ୍ବେଡ୍ ହୋଇଥିବା ଫର୍ମଗୁଡିକ ଦେଖନ୍ତି ଯାହାକି ଆପଣଙ୍କର ଇମେଲ୍ ଠିକଣା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ସୂଚନା ମାଗେ ସେଥିପ୍ରତି ଯତ୍ନବାନ୍ ହୁଅନ୍ତୁ। ନିଶ୍ଚିତ କରନ୍ତୁ ଯେ ଆପଣ ବୁଝିଛନ୍ତି ଯେ ଆପଣଙ୍କର ସୂଚନା କାହାକୁ ଦାଖଲ କରୁଛନ୍ତି ଏବଂ ସେମାନେ ଏହା ସହିତ କରିବାକୁ ଯୋଜନା କରୁଥିବାର କହୁଛନ୍ତି। ଆମେ ପରାମର୍ଶ ଦେଉଛୁ ଯେ ଆପଣ ଏକ ତୃତୀୟ ପକ୍ଷ ମାଧ୍ୟମରେ ଏମ୍ବେଡ୍ ହୋଇଥିବା ଫର୍ମ ମାଧ୍ୟମରେ କୌଣସି ବ୍ୟକ୍ତିଗତ ସୂଚନା ଦାଖଲ କରନ୍ତୁ ନାହିଁ।

ଆପଣଙ୍କର ନିଜର ତୃତୀୟ ପକ୍ଷ ଏମ୍ବେଡ୍ ସୃଷ୍ଟି କରିବା#

ଯଦି ଆପଣ ଏକ ଫର୍ମ ଏମ୍ବେଡ୍ କରନ୍ତି ଯାହା ଉପଭୋକ୍ତାମାନଙ୍କ ଦ୍ୱାରା ବ୍ୟକ୍ତିଗତ ସୂଚନା ଦାଖଲ କରିବାକୁ ଅନୁମତି ଦିଏ, ଆପଣ ନିଶ୍ଚିତ ଭାବରେ ଏମ୍ବେଡ୍ ହୋଇଥିବା ଫର୍ମ ପାଖରେ ଏକ ପ୍ରଯୁଜ୍ୟ ଗୋପନୀୟତା ନୀତିକୁ ଏକ ପ୍ରମୁଖ ଲିଙ୍କ୍ ପ୍ରଦାନ କରିବେ ଯାହା ସଂଗୃହିତ ଯେ କୌଣସି ସୂଚନାକୁ କିପରି ବ୍ୟବହାର କରିବାକୁ ଇଚ୍ଛା କରେ ତାହା ସ୍ପଷ୍ଟ ଭାବରେ ଦର୍ଶାଇବ। ତାହା କରିବାରେ ବିଫଳ ହେଲେ କମ୍ପାନୀକୁ ପୋଷ୍ଟକୁ ଅକ୍ଷମ କରିବାକୁ କିମ୍ବା ଆପଣଙ୍କ ଆକାଉଣ୍ଟକୁ ସୀମିତ କିମ୍ବା ଅକ୍ଷମ କରିବାକୁ ଅନ୍ୟ ପଦକ୍ଷେପ ନେଇପାରେ।

ଆମଠାରୁ ଯୋଗାଯୋଗ#

ଆମେ ସମୟ ସମୟରେ ଆପଣଙ୍କୁ ସେବା ସମ୍ପର୍କିତ ଘୋଷଣା ପଠାଇ ପାରୁ ଯେତେବେଳେ ଆମେ ଏହା କରିବା ଆବଶ୍ୟକ ବୋଲି ବିବେଚନା କରୁ (ଯେପରିକି ଯେତେବେଳେ ଆମେ ରକ୍ଷଣାବେକ୍ଷଣ, କିମ୍ବା ସୁରକ୍ଷା, ଗୋପନୀୟତା, କିମ୍ବା ପ୍ରାଶାସନିକ ସମ୍ବନ୍ଧୀୟ ଯୋଗାଯୋଗ ପାଇଁ ପ୍ଲାଟଫର୍ମକୁ ସାମୟିକ ଭାବରେ ସ୍ଥଗିତ କରିଥାଉ) । ଆମେ ଏଗୁଡ଼ିକ ଆପଣଙ୍କୁ ଏସଏମଏସ୍ ମାଧ୍ୟମରେ ପଠାଇଥାଉ। ଆପଣ ହୁଏତ ଏହି ସେବା ସମ୍ପର୍କିତ ଘୋଷଣା ଅପ୍ଟ-ଆଉଟ୍ ବା ଅଗ୍ରାହ୍ୟ କରିପାରିବେ ନାହିଁ, ଯାହାର ପ୍ରକୃତି ପ୍ରୋତ୍ସାହନମୂଳକ ହୋଇନଥାଏ ଏବଂ କେବଳ ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷା ଦେବା ପାଇଁ ବ୍ୟବହାର କରାଯାଇଥାଏ ଏବଂ ଆପଣଙ୍କୁ ପ୍ଲାଟଫର୍ମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ ଅବଗତ କରାଇଥାଏ।

ଅଭିଯୋଗ ସମାଧାନ ଅଧିକାରୀ#

ତଥ୍ୟର ନିରାପତ୍ତା, ଗୋପନୀୟତା ଏବଂ ପ୍ଲାଟଫର୍ମ ବ୍ୟବହାର କରିବାର ସମସ୍ୟା ସମ୍ବନ୍ଧୀୟ ଆପଣଙ୍କ ଅଭିଯୋଗଗୁଡ଼ିକ ସମାଧାନ କରିବା ପାଇଁ ଜଣେ ଗ୍ରିଭାନସ ଅଫିସର ବା ଅଭିଯୋଗ ଅଧିକାରୀ ଅଛନ୍ତି। ଆମେ କୌଣସି ସମସ୍ୟା ଗ୍ରହଣ କରିବା ଠାରୁ 15 (ପନ୍ଦର) ଦିନ ମଧ୍ୟରେ ଆପଣଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ସମସ୍ୟାର ସମାଧାନ କରିବୁ । ଆପଣ ନିମ୍ନଲିଖିତ ଯେକୌଣସିଠାରେ ଅଭିଯୋଗ ସମାଧାନ ଅଧିକାରୀ ସୁଶ୍ରୀ ହାର୍ଲିନ୍ ସେଠଙ୍କ ସହିତ ଯୋଗାଯୋଗ କରିପାରିବେ:

ନାମ: ସୁଶ୍ରୀ ହାର୍ଲିନ୍ ସେଠୀ
ଠିକଣା: ମହଲ୍ଲା ଟେକ୍ ପ୍ରାଇଭେଟ୍ ଲିମିଟେଡ୍,
ନର୍ଥ ଟାୱାର ସ୍ମାର୍ଟୱାର୍କ୍ସ, ବୈଷ୍ଣବି ଟେକ୍ ପାର୍କ,
ସର୍ଭେ ନଂ 16/1 ଏବଂ 17/2, ଅମ୍ବଲିପୁରା ଭିଲେଜ୍, ବାରଥର ହୋବଲି,
ବେଙ୍ଗାଲୁରୁ ଅର୍ବାନ, କର୍ଣ୍ଣାଟକ - 560103
କାର୍ଯ୍ୟାଳୟ ସମୟ: ପୂର୍ବାହ୍ନ 10:00 ରୁ ଅପରାହ୍ନ 1:00
ଇମେଲ: grievance@sharechat.co
ଧ୍ୟାନ ଦିଅନ୍ତୁ - ୟୁଜର ସମ୍ବନ୍ଧୀୟ ଅଭିଯୋଗ ର ଶୀଘ୍ର ପ୍ରକ୍ରିୟାକରଣ ଓ ସମାଧାନ କରିବା ପାଇଁ ଦୟାକରି ଉପରୋକ୍ତ ଇମେଲ୍ ଆଇଡି ରେ ସମସ୍ତ ଅଭିଯୋଗ ପଠାନ୍ତୁ |

ନୋଡାଲ୍ ଯୋଗାଯୋଗ ବ୍ୟକ୍ତି - ସୁଶ୍ରୀ ହାରଲିନ୍ ସେଠୀ
ଇମେଲ୍: nodalofficer@sharechat.co
ଧ୍ୟାନ ଦିଅନ୍ତୁ - ଏହି ଇମେଲ୍ କେବଳ ପୋଲିସ ଏବଂ ଅନୁସନ୍ଧାନକାରୀ ସଂସ୍ଥାଙ୍କ ର ବ୍ୟବହାର ପାଇଁ ଅଟେ। ଏହା ୟୁଜର ସମ୍ବନ୍ଧୀୟ ସମସ୍ୟାଗୁଡିକ ପାଇଁ ସଠିକ ଇମେଲ୍ ଆଇଡି ନୁହେଁ। ସମସ୍ତ ୟୁଜର ସମ୍ବନ୍ଧୀୟ ଅଭିଯୋଗ ପାଇଁ ଦୟାକରି ଆମକୁ grievance@sharechat.co ରେ ଯୋଗାଯୋଗ କରନ୍ତୁ ।