Skip to main content

କ୍ରିଏଟର ରେଫରାଲ୍ ସର୍ତ୍ତାବଳୀ

Last updated: 14th February 2023

ମୋହଲ୍ଲା ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ("ଆମେ", “MTPL”, “ଆମକୁ”) ଦ୍ୱାରା ପ୍ରସ୍ତୁତ Moj କ୍ରିଏଟର୍ ରେଫରାଲ୍ ପ୍ରୋଗ୍ରାମ୍ ("ପ୍ରୋଗ୍ରାମ୍") ଆପଣଙ୍କୁ ରେଫର୍ ଅଥବା ରେକମେଣ୍ଡ୍ କରିବା ପାଇଁ ଆପଣଙ୍କୁ, ("ଆପଣ"/ "ରେଫରର୍") ଆପଣଙ୍କ ବନ୍ଧୁ, ସହକର୍ମୀ ଏବଂ ପରିବାର ("ଇନଭାଇଟୀ") ଙ୍କୁ ଆମ ମୋବାଇଲ୍ ଆପ୍ଲିକେସନ୍ Moj ଏବଂ ଏହାର ବିଭିନ୍ନ ସଂସ୍କରଣ ଯାହାକୁ ଆମେ “ପ୍ଲାଟଫର୍ମ” କହି ସମ୍ବୋଧନ କରୁଛୁ, ସେଥିରେ କ୍ରିଏଟର୍ ହେବା ପାଇଁ ରିଓ୍ବାର୍ଡ ଦେବେପାଇଁ ପାଇଁ ବନାଯାଇଛି, ଯାହା ଆପଣ Moj For Creator ("MFC") ପ୍ରୋଗ୍ରାମ୍ ରେ ଆବେଦନ କରିକି ପାଇପାରିବେ। ଏହି ନିୟମ ଏବଂ ସର୍ତସବୁ ଆପଣ ("ସର୍ତ୍ତଗୁଡିକ") ଓ MTPL ମଧ୍ୟରେ ଏକ ବାଧ୍ୟକାରୀ ଚୁକ୍ତିନାମା ଏବଂ ଆପଣଙ୍କର ଏହି ପ୍ରୋଗ୍ରାମ୍‌ରେ ଭାଗୀଦାରୀକୁ ନିୟନ୍ତ୍ରିତ କରିବ। ଏହି ପ୍ରୋଗ୍ରାମ୍‌ରେ ଭାଗ ନେବାର ଅର୍ଥ ଆପଣ ପ୍ଲାଟଫର୍ମର ନିୟମ ଏବଂ ସର୍ତଗୋପନୀୟତା ନୀତି ସହ ସହମତ ଅଛନ୍ତି। ଯଦି ଆପଣ ପ୍ରୋଗ୍ରାମ୍‌ରେ ଏହି ନିୟମ ଏବଂ ସର୍ତସବୁ ସହ ସମ୍ପୂର୍ଣ୍ଣ ଭାବରେ ସହମତ ନୁହନ୍ତି ତେବେ ଆପଣ ଏହି ପ୍ରୋଗ୍ରାମ୍‌ରେ ଭାଗ ନେବା ପାଇଁ ଅଧିକୃତ ନୁହଁନ୍ତି। MTPL ନିଜର ସ୍ଵଇଚ୍ଛାରେ କିଛି ସୁଚନା ପ୍ରଦାନ ନ କରି ପ୍ରୋଗ୍ରାମ୍ କିମ୍ବା ପ୍ରୋଗ୍ରାମ୍‌ର କୌଣସି ରୁପକୁ ବଦଳାଇବା, ରଦ୍ଦ କରିବା, ନିଲମ୍ବନ କରିବା କିମ୍ବା ସଂଶୋଧନ କରିବାର ଅଧିକାର ସୁରକ୍ଷିତ ରଖିଛନ୍ତି। MTPL କୌଣସି ୟୁଜର କିମ୍ବା ସମ୍ଭାବିତ ୟୁଜରଙ୍କୁ କାର୍ଯ୍ୟକ୍ରମ ଭାଗ ନେବା ବେଳେ କୌଣସି ସମୟରେ ଆଯୋଗ୍ୟ ଘୋଷିତ କରିବାର ଅଧିକାର ସୁରକ୍ଷିତ ରଖିଛନ୍ତି।

ଯୋଗ୍ୟତା:#

ପ୍ରୋଗ୍ରାମ୍‌ରେ ଭାଗ ନେବା ପାଇଁ, ରେଫରର୍‌ ପ୍ଲାଟଫର୍ମର ଜଣେ ରେଜିଷ୍ଟର୍‌ଡ ୟୁଜର୍ ହେବା ଦରକାର।

ଯୋଗ୍ୟ ରେଫରାଲ୍:#

ଜଣେ "ଯୋଗ୍ୟ ରେଫରାଲ୍" ହେବାପାଇଁ ନିମ୍ନଲିଖିତ ସର୍ତ୍ତସବୁ ପୂରଣ କରିବାକୁ ହେବ:

  • ଇନଭାଇଟୀ ରେଫରର୍‌ଙ୍କ ଦ୍ୱାରା ଶେୟର କରାଯାଇଥିବା ଲିଙ୍କକୁ କ୍ଲିକ୍ କରିବାର 7 ଦିନ ଭିତରେ MFC ପାଇଁ ଆପ୍ଲାଇ କରିବେ ଏବଂ MTPL ଟିମ୍ ଦ୍ବାରା ସମୀକ୍ଷା କରାଯିବା ପରେ MFC କ୍ରିଏଟର୍ ରୂପରେ ସିଲେକ୍ଟ ହେବେ।

  • ଯଦିଓ ଇନଭାଇଟୀ MFC ପାଇଁ ସିଲେକ୍ଟ ହେଇ ଯାଇଥିବେ, ଯଦି ଇନଭାଇଟୀ ରେଫରର୍‌ଙ୍କ ଦ୍ୱାରା ଶେୟର୍ କରାଯାଇଥିବା ଲିଙ୍କକୁ କ୍ଲିକ୍ କରି ନଥିବେ, ତେବେ ଏହା ଏକ ଯୋଗ୍ୟ ରେଫରାଲ୍ ରୁପରେ ଧରା ଯିବନି।

  • ଯଦି ଏକ ଇନଭାଇଟୀ ରେଫରାଲ୍ ଲିଙ୍କକୁ କ୍ଲିକ୍ କରିବାର 7 ଦିନ ଭିତରେ MFC ପ୍ରୋଗ୍ରାମ୍‌ରେ ଭାଗ ନ ନିଅନ୍ତି, ତେବେ ଏହା ଏକ ଯୋଗ୍ୟ ରେଫରାଲ୍ ବୋଲି ଧରାଯିବନି।

  • ଯଦି ଏକ ଇନଭାଇଟୀ MFC ପ୍ରୋଗ୍ରାମ୍‌ରେ ଆଗରୁ ଭାଗ ନେଇ ସାରିଛନ୍ତି କିମ୍ବା ସେ ଜଣେ MFC କ୍ରିଏଟର୍, ତେବେ ଏହା ଏକ ଯୋଗ୍ୟ ରେଫରାଲ୍ ରୂପରେ ଧରାଯିବନି।

  • ଯଦି MTPLର ଇଣ୍ଟରନାଲ ରିଭ୍ୟୁ ଟିମ ଦ୍ୱାରା MFC ପ୍ରୋଗ୍ରାମ୍‌କୁ ଆପ୍ଲାଇ କରିବା ପରେ ଇଭାଇଟୀଙ୍କୁ ପ୍ରୋଗ୍ରାମ୍‌ର ଏକ ଅଂଶ ରୂପରେ ସିଲେକ୍ଟ ନ କରାଯାଏ, ତେବେ ଏହା ଏକ ଯୋଗ୍ୟ ରେଫରାଲ୍ ରୁପରେ ଧରାଯିବନି।

  • ଯଦି ଇନଭାଇଟୀ ଆଉ ଜଣେ ରେଫରର୍‌ଙ୍କ ଦ୍ୱାରା ରେଫର୍ ହେଇ ସାରି ଥିବେ, ତେବେ ଏହା ଏକ ଯୋଗ୍ୟ ରେଫରାଲ୍ ରୁପରେ ଧରା ଯିବନି।

  • ଜଣେ ଇନଭାଇଟୀଙ୍କ ପାଇଁ କେବଳ ଗୋଟିଏ ଯୋଗ୍ୟ ରେଫରାଲ୍ ପାଇଁ ଅନୁମତି ମିଳିଛି, ତା ମାନେ ଯଦି ଜଣେ ରେଫରର୍ ଜଣେ ଇନଭାଇଟୀ ବାବଦ ରେ ପୁରସ୍କୃତ ହୋଇ ସାରିଛନ୍ତି, ତା ହେଲେ ଅନ୍ୟ ଜଣେ ରେଫରର୍ ସେହି ସମାନ ଇନଭାଇଟୀ ପାଇଁ ପୁରସ୍କାର ପାଇ ପାରବେ ନାହିଁ।

ପୁରସ୍କାର:#

  • ଯଦି ଇନଭାଇଟୀ ରେଫରାଲ୍ ଲିଙ୍କ କୁ ପ୍ରୟୋଗ କରି MFC ପ୍ରୋଗ୍ରାମ୍ କୁ ଜଏନ୍ କରନ୍ତି, ତା ହେଲେ ରେଫରର୍ 100 Mints ("ପୁରସ୍କାର") ର ପୁରସ୍କାର ପାଇଁ ଯୋଗ୍ୟ ହେବେ ପ୍ରତ୍ୟେକ ୟୋଗ୍ୟ ରେଫରାଲ୍ ବାବଦ ରେ। ରେଫରର୍ ଙ୍କୁ ପୁରସ୍କାର ସର୍ତ୍ତ ଅନୁସାରେଏବଂ ତାକୁ ଅନୁପାଳନ କରିବା ଦ୍ୱାରା ମିଳିବ। ରିଵୋର୍ଡକୁ ରେଫରେନ୍ସ ମୋବାଇଲ୍ ଆପ୍ଲିକେସନ୍ ୱାଲେଟ୍କୁ ମିନଟ୍ସ (100 ମିନିଟ୍) ଆକାରରେ ପ୍ରଦାନ କରାଯିବ |

  • ପୁରସ୍କାର ଯାଞ୍ଚ ର ଅଧିନ। MTPLରିୱାର୍ଡ କୁ ଯାଞ୍ଚ ର ଉଦ୍ଧ୍ୟେଶ ରେ ବିଳମ୍ବ ମଧ୍ୟ କରି ପାରିବେ । ଯଦି ଦରକାର ପଡେ, MTPL ମଧ୍ୟ ନିଜ ଅଧିକାର ର ପ୍ରୟୋଗ କରି କୌଣସି ଟ୍ରାଞ୍ଜାକ୍ସନ୍ କୁ ଭେରିଫାଏ ଏବଂ ପ୍ରୋସେସ୍ କରିବାକୁ ମନା କରି ପାରେ, ଯଦି ନିଜ ବିବେକ ଅନୁସାରେ, ଏହି ସର୍ତ୍ତସବୁଙ୍କୁ ଉଲଂଘନ ରେ କପଟ, ସନ୍ଦେହଜନକ ପାଆନ୍ତି, ଅଥବା ସେ ମାନନ୍ତି ଯେ ଏମ୍ଟିପିଏଲ୍, ତାର ସହାୟକ କମ୍ପାନୀମାନେ, ସହଯୋଗିମନେ କିମ୍ବା ସେମନଂକ ସହ ଜଡିତ କୌଣସି ଅଧିକାରୀ, ନିର୍ଦେଶକମାନେ, କର୍ମଚାରୀମନେ, ପ୍ରତିନିଧିମନେ ଏବଂ ଏଜେନ୍ଟ୍ ମାନଂକ ଉପରେ ସମ୍ଭାବିତ ଦାୟିତ୍ୱ ଲାଗୁ କରିବ।

  • MTPLଦ୍ୱାରା ନିଆଯାଇଥିବା ସବୁ ନିଷ୍ପତ୍ତି ଅନ୍ତିମ ଏବଂ ବାଧ୍ୟକାରି ଅଟେ, ଯୋଉଥିରେ ୟେ ନିର୍ଣ୍ଣୟ ଭି ଜଡିତ କି କୋଉଟା ୟୋଗ୍ୟ ରେଫରାଲ୍ ଅଟେ ଏବଂ ଏକ ପୁରସ୍କାର ଭେରୀଫାଏଡ୍ ଅଟେ ନା ନାହିଁ।

ଉତ୍ତରଦାୟିତ୍ୱ:#

ପ୍ରୋଗ୍ରାମ୍‌ରେ ଭାଗନେଇ, ରେଫରର୍ ଏବଂ ଇନଭାଇଟୀ ନିମ୍ନଲିଖିତ ସର୍ତ୍ତ ପାଇଁ ସହମତ:

  • ଏହି ସର୍ତ୍ତସବୁ ଯଥା MTPLର ନିଷ୍ପତ୍ତି ଏବଂ MTPLର ଗୋପନୀୟତା ନୀତି ଦ୍ୱାରା ସହବନ୍ଧିତ ରୁହନ୍ତୁ,

  • MTPLକୁ ସମର୍ଥନ କରିବେ, ମୁକ୍ତ ରଖିବେ ଏବଂ କୌଣସି କ୍ଷତି ହେବାକୁ ଦେବେନାହିଁ। MTPL ଓ ତା'ସହ ଜଡ଼ିତ କର୍ମଚାରୀମନେ, ନିର୍ଦ୍ଦେଶକମାନେ, ଅଧିକାରୀମାନେ, ଲାଇସେନ୍ସଧାରୀ, ଶେୟରହୋଲ୍ଡର, ଆଟର୍ଣ୍ଣି ଏବଂ ଏଜେନ୍ଟମାନଙ୍କ ସହ ବିନା କିଛି ସୀମାରେ, ସେମାନଙ୍କ ସମ୍ବନ୍ଧିତ ବିଜ୍ଞାପନ ଏବଂ ପ୍ରଚାର ସଂସ୍ଥା ଓ ତା ସହ ଜଡ଼ିତ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ସହ କିମ୍ବା ପ୍ରୋଗ୍ରାମ୍‌ର ପ୍ରଡକ୍ଟ, ପରିଚାଳନା କିମ୍ବା ପ୍ରଶାସନ (ସାମୂହିକ ରୁପରେ “ରିଲିଜ୍‌ଡ ପାର୍ଟିଜ୍”), ଏହା ସମ୍ବନ୍ଧରେ କିମ୍ବା ପ୍ରୋଗ୍ରାମ୍‌ରେ ରେଫରର୍‌ମାନଙ୍କର ଭାଗୀଦାରୀ ସମ୍ବନ୍ଧିତ (ବିନା କିଛି ସୀମା ରେ, କୌଣସି ବି ବ୍ୟକ୍ତିଙ୍କର (ବ୍ୟକ୍ତିମାନଙ୍କର) ସମ୍ପତ୍ତିରେ କୌଣସି ହାନି, କ୍ଷତି, ବ୍ୟକ୍ତିଗତ ଆହତ କିମ୍ବା ମୃତ୍ୟୁ ଏବଂ/କିମ୍ବା ପ୍ରୋଗ୍ରାମ୍‌ର ରିଓ୍ବାର୍ଡ, ପ୍ରାପ୍ତି ଏବଂ/କିମ୍ବା ଉପଯୋଗ କିମ୍ବା ଦୁରୁପଯୋଗ କିମ୍ବା କୌଣସି ରିଓ୍ବାର୍ଡ) ଯୋଗୁ ଉତ୍ପନ୍ନ ହଉଥିବା କୌଣସି ବି ଏବଂ ସବୁ କ୍ଲେମ୍, ପଦକ୍ଷେପ, ଡିମାଣ୍ଡ, କ୍ଷତି, ଦେୟ କିମ୍ବା ଖର୍ଚ୍ଚ; ତଥା

  • MTPLର କୌଣସି ବି ପ୍ରତ୍ୟକ୍ଷ, ପରୋକ୍ଷ, ଆକସ୍ମିକ, ବିଶେଷ, ପରିଣାମ, କିମ୍ବା ଅନୁକରଣୀୟ କ୍ଷତି ପାଇଁ ଆପଣଙ୍କ ପ୍ରତି ଉତ୍ତରଦାୟୀ ହେବେ ନାହିଁ ଯେଉଁଥିରେ ଲାଭ ବା କ୍ଷତି, ଗୁଡଓ୍ବିଲ୍, ୟୁଜ୍, ଡାଟା, ଅସ୍ପଷ୍ଟ କ୍ଷତି (ଯଦିଓ MTPLକୁ ଏହି ପ୍ରକାରର କ୍ଷତିର ଆଶଙ୍କାର ସୁଚନା ଦିଆଯାଇଥିବ) ର କ୍ଷତି ସହ ଜଡ଼ିତ, କିନ୍ତୁ ଏହା କେବଳ ଏହି ପର୍ଯ୍ୟନ୍ତ ସୀମିତ ନୁହେଁ, ଯାହାର କାରଣ ହେଇ ପାରେ: (i) ପ୍ରୋଗ୍ରାମ୍‌ର ଉପଯୋଗ କିମ୍ବା ଉପଯୋଗ କରିବାରେ ଅସମର୍ଥତା; (ii) ଆପଣଙ୍କର ପ୍ରସାରଣ କିମ୍ବା ଡାଟା ପର୍ଯନ୍ତ ଅନଧିକୃତ ଆକ୍ସେସ୍ କିମ୍ବା ସେଥିରେ କିଛି ପରିବର୍ତ୍ତନ; (iv) ପ୍ରୋଗ୍ରାମ୍‌ରେ କିମ୍ବା ତା ମାଧ୍ୟମରେ କୌଣସି ତୃତୀୟ ପକ୍ଷର ବୟାନ କିମ୍ବା ଆଚରଣ; କିମ୍ବା (v) ପ୍ରୋଗ୍ରାମ୍ ସହ ଜଡ଼ିତ ଅନ୍ୟ କୌଣସି ମାମଲା।

  • ପ୍ରୋଗ୍ରାମ୍‌ରେ ନିଜ ରିସ୍କରେ ଭାଗ ନିଅନ୍ତୁ।

ଠକେଇ ଏବଂ ସନ୍ଦେହଜନକ ବ୍ୟବହାର:#

  • MTPL କୌଣସି ରେଫରର୍‌କୁ ପ୍ରୋଗ୍ରାମ୍‌ରେ ଭାଗ ନେବାରେ କିମ୍ବା ରିଓ୍ବାର୍ଡ ପାଇବାରେ ଅଟକାଇ ପାରନ୍ତି, ଯଦି MTPLର ବିବେକାଧିକାର ରେ, MTPLଏହା ନିର୍ଦ୍ଧାରିତ କରୁଛି କି ଏମିତି ରେଫରର୍ କୌଣସି ଭାବରେ ଠକାମି, ହ୍ୟାକିଂ, ଧୋକା ଦେଇକରି ପ୍ରୋଗ୍ରାମ୍‌ର ନିରପେକ୍ଷତା, ଅଖଣ୍ଡତା କିମ୍ବା ବୈଧ ପରିଚାଳନାକୁ ଦୁର୍ବଳ କରିବାର ପ୍ରୟାସ କରୁଛି। ସନ୍ଦିଗ୍ଧ ଗତିବିଧି କିମ୍ବା କୌଣସି ଅନ୍ୟ ଅନୁଚିତ ବ୍ୟବହାର କିମ୍ବା ପ୍ଲାଟଫର୍ମର ନିୟମ ଓ ସର୍ତ୍ତସବୁର ଉଲଂଘନ ଅଥବା ଯଦି MTPL ନିଜର ବିଶେଷାଧିକାରରେ ମାନୁଛି କି ରିଓ୍ବାର୍ଡସ୍ ପ୍ରଦାନ କରିବା ଦ୍ୱାରା MTPL, ତାର ସହାୟକ କମ୍ପାନୀମାନେ, ସହଯୋଗୀମାନେ କିମ୍ବା ସେମାନଙ୍କ ସହ ଜଡ଼ିତ କୌଣସି ଅଧିକାରୀ, ନିର୍ଦ୍ଦେଶକମାନେ, କର୍ମଚାରୀମନେ, ପ୍ରତିନିଧିମାନେ ଏବଂ ଏଜେଣ୍ଟମାନଙ୍କ ଉପରେ ସମ୍ଭାବିତ କାର୍ଯ୍ୟାନୁଷ୍ଠାନ ଲାଗୁ କରିବ।

  • ରେଫରର୍ କିମ୍ବା ଇନଭାଇଟୀ ବହୁତଗୁଡ଼ିଏ ଅଥବା ନକଲି ଇମେଲ୍ ଅଡ୍ରେସ୍ କିମ୍ବା ଆକାଉଣ୍ଟ ସହ ପ୍ରୋଗ୍ରାମ୍‌ରେ ପ୍ରବେଶ କରି ପାରିବେ ନାହିଁ, ନକଲି ପରିଚୟର ଉପଯୋଗ କରିପାରିବେ ନାହିଁ ଅଥବା ପ୍ରୋଗ୍ରାମ୍‌ରେ ଭାଗ ନେବା ପାଇଁ କିମ୍ବା ରିଓ୍ବାର୍ଡ ପାଇବା ପାଇଁ କୌଣସି ବି ସିଷ୍ଟମ୍, ବଟ୍ କିମ୍ବା ଅନ୍ୟ ଡିଭାଇସ୍ କିମ୍ବା ଆର୍ଟିଫିସ୍‌ର ବ୍ୟବହାର କରିପାରିବେ ନାହିଁ।

  • MTPLକୌଣସି ରେଫରର୍ କୁ ଅଯୋଗ୍ୟ ଘୋଷିତ କରିବାର ଏବଂ/କିମ୍ବା କୌଣସି ଭି ପୁରସ୍କାର କୁ ରଦ୍ଦ କରିବାର ଅଧିକାର ସୁରକ୍ଷିତ ରଖିଛନ୍ତି ଯଦି MTPLକୌଣସି ରେଫରର୍ କୁ ପ୍ରବେଶ ପ୍ରକ୍ରିୟା ଅଥବା ପ୍ରୋଗ୍ରାମ୍ କିମ୍ବା ପ୍ଲାଟଫର୍ମର ପରିଚାଳନା ସହ ହସ୍ତକ୍ଷେପ କରିବା ଅଥବା କୌଣସି ପ୍ରକାରରେ ସର୍ତ୍ତସବୁକୁ ଉଲଂଘନ କରିବାରେ ଧରୁଛନ୍ତି।

ପରିଚାଳନା ଆଇନ:#

ଏହି ପ୍ରୋଗ୍ରାମ୍ ଭାରତର ଆଇନ ଅନୁସାରେ ପରିଚାଳିତ ହେବ।