Skip to main content

ଚିୟର୍ସ ପଲିସି

ଶେଷଥର ପାଇଁ ଅପଡେଟ୍ ହୋଇଥିଲା: 15th December 2023

ଏହି ଚିୟର୍ସ ପଲିସି (“Cheers Policy”) https://mojapp.in/ ରେ ଏବଂ/ବା ମୋବାଇଲ ଆପ୍ଲିକେସନ ଏବଂ ଏହାର ସଂସ୍କରଣ (“ଆପ୍”) ମୋଟ ଉପରେ "ପ୍ଲାଟଫର୍ମ"ରେ ଉପଲବ୍ଧ ଚିୟର୍ସ ଫିଚର (“Cheers Feature”)କୁ ଆପଣ କେମିତି ବ୍ୟବହାର କରିବେ ତାହା ନିୟନ୍ତ୍ରଣ କରିଥାଏ ଏବଂ ଏହା ମୋହଲ୍ଲା ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (“MTPL”, “Company”, “we”, “us” and “our”)‌ ଦ୍ବାରା ତିଆରି କରାଯାଇଛି। ଏହା ଭାରତୀୟ ଆଇନ ଅନୁଯାୟୀ ପଞ୍ଜୀକୃତ ଏକ ପ୍ରାଇଭେଟ୍‌ କମ୍ପାନୀ , ଯାହାର ପଞ୍ଜୀକୃତ ଅଫିସ ମହଲ୍ଲା ଟେକ୍ ପ୍ରାଇଭେଟ୍ ଲିମିଟେଡ୍, ନର୍ଥ ଟାୱାର ସ୍ମାର୍ଟୱାର୍କ୍ସ, ବୈଷ୍ଣବି ଟେକ୍ ପାର୍କ, ସର୍ଭେ ନଂ 16/1 ଏବଂ 17/2, ଅମ୍ବଲିପୁରା ଭିଲେଜ୍, ବାରଥର ହୋବଲି, ବେଙ୍ଗାଲୁରୁ ଅର୍ବାନ, କର୍ଣ୍ଣାଟକ - 560103 ରେ ଅଛି। “ଆପଣ” and “ଆପଣଙ୍କର” ଶବ୍ଦ ପ୍ଲାଟଫର୍ମର ୟୁଜରଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି।

ଆମ ପ୍ଲାଟଫର୍ମ ଆପଣଙ୍କୁ ବନ୍ଧୁମାନଙ୍କ ସହିତ ଯୋଡ଼ିହୋଇ ରହିବାରେ ସାହାଯ୍ୟ କରେ ଏବଂ ଆପଣଙ୍କ ପସନ୍ଦର ଆଞ୍ଚଳିକ ଭାଷାରେ ଶର୍ଟ ଭିଡିଓ ଦେଖିବା ପାଇଁ ଓ ଶେୟର କରିବାକୁ ସୁଯୋଗ ଦେଇଥାଏ। ଆମେ ଆପଣଙ୍କ ପସନ୍ଦର କଣ୍ଟେଣ୍ଟକୁ ବୁଝିଥାଉ ଏବଂ ଆପଣଙ୍କ ନ୍ୟୁଜଫିଡକୁ ପର୍ସନାଲଇଜ୍‌ କରି ଆମ ପ୍ଲାଟଫର୍ମ (“ସେବା/ସେବାଗୁଡିକ”) ରେ ଉପଲବ୍ଧ କଣ୍ଟେଣ୍ଟ ଦେଖାଇଥାଉ।

ଚିୟର୍ସ କେମିତି କାମ କରେ?#

ଆପଣ ବର୍ତ୍ତମାନ ଆମ ୟୁଜରମାନଙ୍କୁ(“ଗିଫ୍ଟଗୁଡ଼ିକ”) ଭର୍ଚୁଆଲ ଗିଫ୍ଟ/ ଡିଜିଟାଲ ସାମଗ୍ରୀ ଯଥା (ଷ୍ଟିକର୍, ଜିଫ୍, ବ୍ୟାନର ଇତ୍ୟାଦି) ପ୍ରଦାନ କରିପାରିବେ। ଆମେ ଉପଲବ୍ଧ କରାଇଥବା ଏବଂ ଅନୁମୋଦନ କରିଥିବା ପେମେଣ୍ଟ ପ୍ରାଭାଇଡରଙ୍କ ଜରିଆରେ ଏବଂ ଅନୁମୋଦିତ ପେମେଣ୍ଟ ମେଥଡ୍‌ର ବ୍ୟବହାର କରି ଆପଣ ଚିୟର୍ସ (“ଚିୟର୍ସ ”) କିଣି ଏଭଳି ଗିଫ୍ଟ ପଠାଇପାରିବେ। ମନେ ରଖନ୍ତୁ ଚିୟର୍ସ/ ଗିଫ୍ଟ ନଗଦ ଅର୍ଥ ବା ଲିଗାଲ ଟେଣ୍ଡରକୁ ବଦଳାଯାଇପାରିବନାହିଁ।

ଚିୟର୍ସ କିଣା#

  • କିଣିବା ସମୟରେ ଚିୟର୍ସର ଦର ଡିସପ୍ଲେ କରାଯିବ। ଚିୟର୍ସ ପାଇଁ ସମସ୍ତ ଚାର୍ଜେସ୍‌ ଏବଂ ପେମେଣ୍ଟସ୍‌ ଆମେ ସ୍ଥିର କରିଥିବା ରେଲେଭାଣ୍ଟ ପେମେଣ୍ଟ ମେକାନିଜିମ୍‌ ଜରିଆରେ କିଣାକିଣି ବେଳେ ଡିସପ୍ଲେ କରାଯାଇଥିବା ମୁଦ୍ରା ଅନୁଯାୟୀ କରାଯିବ।

  • ଆପଣ କିଣିଥିବା କୌଣସି ଚିୟର୍ସ ପାଇଁ କରିଥିବା ପେମେଣ୍ଟ ପାଇଁ ଆପଣ ହିଁ ଦାୟୀ ରହିବେ। ଥରେ ପେମେଣ୍ଟ କରିଦେଲେ, ଆପଣଙ୍କ ୟୁଜର ଆକାଉଣ୍ଟକୁ ଚିୟର୍ସ କ୍ରେଡିଟ୍‌ ହୋଇଯିବ।

ଚିୟର୍ସର ବ୍ୟବହାର#

  • ଚିୟର୍ସ ଆହୁରି ମଧ୍ୟ ଅନ୍ୟ ୟୁଜରମାନଙ୍କୁ ଗିଫ୍ଟ ପଠାଇବାରେ ବ୍ୟବହାର କରାଯାଇପାରିବ। ଚିୟର୍ସ ନଗଦ ଟଙ୍କାରେ ବା ଲିଗାଲ ଟେଣ୍ଡରରେ ବା କୌଣସି ଦେଶର ମୁଦ୍ରାରେ ବା କୌଣସି ରାଜନୀତିକ ଉଦ୍ଦେଶ୍ୟରେ ବା କୌଣସି ଉଧାର ପାଇଁ ବଦଳା ଯାଇପାରିବନାହିଁ।

  • ଚିୟର୍ସ ଆମର ସର୍ଭିସ୍‌ର ଏକ ଅଂଶ ଭାବେ ଆମ ପ୍ଲାଟଫର୍ମରେ ବ୍ୟବହାର ହୋଇପାରିବ ଏବଂ ଆମ ଦ୍ବାରା ଦିଆଯାଇନଥିବା ଅନ୍ୟ ପ୍ରମୋସନ, କୁପନ୍, ଡିସକାଉଣ୍ଟ ବା ସ୍ପେଶାଲ ଅଫର୍‌‌ ବଦଳରେ ବ୍ୟବହାର କରାଯାଇପାରିବନି।

  • କୌଣସି ଚିୟର୍ସ ପ୍ଲାଟଫର୍ମର ବା ଅନ୍ୟ ଥାର୍ଡ ପାର୍ଟିର ୟୁଜରଙ୍କୁ ହସ୍ତାନ୍ତର ବା ସ୍ଥାନାନ୍ତର କରାଯାଇପାରିବ ନାହିଁ। ଆମ ବ୍ୟତୀତ ଅନ୍ୟ କେହି ବିକ୍ରି, ଅଦଳବଦଳ, ଆସାଇନମେଣ୍ଟ ବା ଚିୟର୍ସର ଅନ୍ୟ କୌଣସି ହସ୍ତାନ୍ତର କରିବା ସମ୍ପୂର୍ଣ୍ଣ ନିଷିଦ୍ଧ।ଏହି କଟକଣା ଉଲ୍ଲଂଘନ କଲେ ପ୍ଲାଟଫର୍ମରେ ଆପଣଙ୍କ ଆକାଉଣ୍ଟ ଟର୍ମିନେସନ, ଆପଣଙ୍କ ଆକାଉଣ୍ଟରୁ ଚିୟର୍ସ ପ୍ରତ୍ୟାହାର, ଏବଂ/ ବା କ୍ଷତି, ଆଇନ ପ୍ରକ୍ରିୟା ଏବଂ ଦେଣନେଣ ଆଦି ଖର୍ଚ୍ଚ ଆଦି ହୋଇପାରେ।

  • କିଣାଯାଇଥିବା ଚିୟର୍ସ ସମ୍ପତ୍ତି ନୁହେଁ ଏବଂ ସ୍ଥାବର ବା ସ୍ଥାନାନ୍ତର ଯୋଗ୍ୟ ନୁହେଁ:
    (a) ମୃତ୍ୟୁକାଳୀନ;
    (b) ଘରୋଇ ସମ୍ପର୍କର ଅଂଶ ଭାବେ; କିମ୍ବା
    (c) ଅନ୍ୟ ଆଇନଗତ ପ୍ରକ୍ରିୟାରେ।

  • ଆପଣ ରାଜି ଯେ ଆମର ପରିଚାଳନା କରିବା, ରେଗୁଲେଟ୍‌ କରିବା, ନିୟନ୍ତ୍ରଣ କରିବା, ମୋଡିଫାଇ କରିବା ଏବଂ / କିମ୍ବା ସେହିଭଳି ଚିୟର୍ସ ଉଚ୍ଛେଦ କରିବା, ଯେଉଁଠାରେ ଆମ ପାଖରେ ସେପରି କରିବାର ବିଧିବଦ୍ଧ କାରଣ ଥିବ। ଯେଉଁଠାରେ ଆମେ ଯଥାର୍ଥ ଭାବେ ବୁଝୁଥିବୁ ଆପଣ ଚିୟର୍ସ ପଲିସି ଉଲ୍ଲଂଘନ କରିଛନ୍ତି, ଆପଣ କୌଣସି ଆଇନ ବା ନିୟମର ଉଲ୍ଲଂଘନ କରିଛନ୍ତି କିମ୍ବା ଆଇନଗତ, ସୁରକ୍ଷା ବା ଟେକ୍ନିକାଲ କାରଣ ରହିଥିବ। ଆହୁରି ମଧ୍ୟ ଏହି ଅଧିକାରରେ କାମ କରିବା ସମୟରେ ଆପଣଙ୍କର କିଛି କ୍ଷମତା ରହିବନାହିଁ। ଯଦି ଆମେ ଆପଣଙ୍କୁ ଚିୟର୍ସ ସେବାରୁ ବଞ୍ଚିତ କରିବାର ନିଷ୍ପତ୍ତି ନେବୁ, ଆମେ ଆପଣଙ୍କୁ ଯଥାର୍ଥ ନୋଟିସ୍‌ ଦେଇ ସେପରି କରିବୁ।

  • ଆମେ ଆହୁରି ମଧ୍ୟ କିଛି କାରଣ ଯଥା ବୟସ ଭେରିଫିକେସନ, ୟୁଜର ସେଫ୍‌ଟି, ଜାଲିଆତି ରୋକିବା, ରିସ୍କ ହ୍ରାସ କରିବାଆଦି ପାଇଁ ଆପଣଙ୍କ ଚିୟର୍ସ କିଣିବାର ଚିୟର୍ସ ରିଡିମ୍‌ କରିବାର କ୍ଷମତା କମାଇପାରିବୁ ଏବଂ କଟକଣା ସ୍ଥିର କରିପାରିବୁ। ଆମେ ଏସବୁ ବିଷୟରେ ବିଭିନ୍ନ ସମୟରେ ଜଣାଇଦେବୁ।

  • ଚିୟର୍ସର ଏକ ୟୁନିଟ୍ ୟୁଜର କ୍ରୟ ବା ପ୍ରାପ୍ତିର ତାରିଖ ଠାରୁ 365 ଦିନରେ ସମାପ୍ତ ହେବ।

ଗିଫ୍ଟ କେମିତି କାମ କରେ?#

ପ୍ଲାଟଫର୍ମରେ ଥିବା ଆକାଉଣ୍ଟରେ ଉପଲବ୍ଧ ଚିୟର୍ସ ପ୍ରତିବଦଳରେ ଆପଣ ଗିଫ୍ଟ କିଣିବେ। ଆପଣ ଏହି ଗିଫ୍ଟସବୁକୁ ଅନ୍ୟ ୟୁଜରମାନଙ୍କୁ ପଠାଇପାରିବେ ଏବଂ ଅନ୍ୟମାନଙ୍କଠାରୁ ଗିଫ୍ଟ ଗ୍ରହଣ ମଧ୍ୟ କରିପାରିବେ। ମନେ ରଖନ୍ତୁ ଆପଣ ପଠାଇଥିବା ବା ପାଇଥିବା ଗିଫ୍ଟଗୁଡ଼ିକ ନଗଦ ଟଙ୍କା ବା ଲିଗାଲ ଟେଣ୍ଡରକୁ ବଦଳାଯାଇପାରିବନି।

ଯେତେବେଳେ ଜଣେ ୟୁଜର ଅନ୍ୟ ଜଣେ ୟୁଜରଙ୍କୁ ଗିଫ୍ଟ ପଠାଇବେ, ଗିଫ୍ଟ ପାଇଥିବା ୟୁଜରଙ୍କ ଆକାଉଣ୍ଟରେ ମିଳିଥିବା ଗିଫ୍ଟର ମୂଲ୍ୟ ମିଣ୍ଟ୍‌ସ (“ମିଣ୍ଟ୍‌ସ”) ଆକାରରେ ପ୍ରଦର୍ଶିତ ହେବ। ମିଣ୍ଟ୍‌ସ ଚିୟର୍ସକୁ ଏବଂ ଚିୟର୍ସ ମିଣ୍ଟ୍‌ସକୁ ପରିବର୍ତ୍ତିତ ହୋଇପାରିବନାହିଁ। ଏହିଭଳି ମିଣ୍ଟ୍‌ସର ମୂଲ୍ୟରେ ପରିବର୍ତ୍ତନ ଆଣିବାର ଅଧିକାର MTPL ପାଖରେ ରହିଛି।

ଗିଫ୍ଟ କିଣା#

  • ଗିଫ୍ଟରେ ନିର୍ଦ୍ଦିଷ୍ଟ କିଛି ଡିଜିଟାଲ ପ୍ରଡକ୍ଟ ଏବଂ ସର୍ଭିସ୍‌ର ଫିଚର ବ୍ୟବହାର ପାଇଁ ସୀମିତ ଲାଇସେନ୍ସ ଥାଏ। ଚିୟର୍ସ ଏବଂ ମିଣ୍ଟ୍‌ସ ମଧ୍ୟରେ ଅଦଳବଦଳ ଦର ପ୍ଲାଟଫର୍ମରେ ପ୍ରଦର୍ଶିତ ହେବ।

  • ପ୍ରକାଶିତ ଦରରେ ଆପଣଙ୍କ ଆଇନ ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକତା ସ୍ଥଳେ ଟ୍ୟାକ୍ସ ମିଶିକରି ରହିଛି।

  • ଆପଣ ରାଜି ଯେ, ଆବଶ୍ୟକତା ଅନୁଯାୟୀ, ସାଧାରଣ ଭାବେ ବା ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆମେ ଏପରି ଏକ୍ସଚେଞ୍ଜ ରେଟ୍‌କୁ ପରିଚାଳନା କରିବାର, ରେଗୁଲେଟ୍‌ କରିବାର, ମୋଡିଫାଇ କରିବାର ଓ/ କିମ୍ବା ଏଲିମିନେଟ୍‌ କରିବାର ଅଧିକାର ରହିବ ଏବଂ ଏପରି ଅଧିକାର ସାବ୍ୟସ୍ତ କରିବା ସମୟରେ ଆମର କୌଣସି ଅତିରିକ୍ତ ଦାୟିତ୍ବ ରହିବନି।

  • ଚିୟର୍ସ ପଲିସି ଅନୁଯାୟୀ, ସମସ୍ତ ଚିୟର୍ସ ଗିଫ୍ଟକୁ ପରିବର୍ତ୍ତିତ ହେବା ଚୂଡ଼ାନ୍ତ। ଆମେ କୌଣସି ରିଫଣ୍ଡ କରୁନାହୁଁ। କୌଣସି କାରଣ ପାଇଁ ମଧ୍ୟ ଗିଫ୍ଟ ଚିୟର୍ସକୁ ବା ନଗଦ ଟଙ୍କାକୁ ପରିବର୍ତ୍ତିତ ହୋଇପାରିବନାହିଁ ବା ରିଫଣ୍ଡ ହୋଇପାରିବନାହିଁ ବା ଫେରସ୍ତ କରାଯିବନାହିଁ।

  • ଦିଆଯାଇଥିବା ବା ଗ୍ରହଣ କରାଯାଇଥିବା ଗିଫ୍ଟ ଏକ ସମ୍ଫତ୍ତି ନୁହେଁ ଏବଂ
    (a) ମୃତ୍ୟୁ ପରେ
    (b) ଘରୋଇ ସମ୍ପର୍କ ପ୍ରସଙ୍ଗରେ
    (c) ଆଇନର ଅନ୍ୟ ବ୍ୟବସ୍ଥା ଅନୁଯାୟୀ ସ୍ଥାନାନ୍ତର ଯୋଗ୍ୟ ନୁହେଁ।

  • ଆମେ ଯଦି କୌଣସି ଗିଫ୍ଟ ଦେଣନେଣ ପ୍ରକ୍ରିୟା କରପ୍ଟେଡ୍‌ ବା ଅନ୍ୟ କିଛି ଉପାୟରେ ନଷ୍ଟ ହୋଇଥିବା ମନେକରୁ, ପୂର୍ବରୁ ଏକ୍ସଚେଞ୍ଜ କରାଯାଇଥିବା ଗିଫ୍ଟ ଆମେ ରିପ୍ଲେସ୍‌ କରିପାରୁ। ପୁଣିଥରେ ଗିଫ୍ଟ ଇସ୍ୟୁ କରିବା ପାଇଁ ଅତିରିକ୍ତ ଶୁଳ୍କ ନେବୁନାହିଁ। ନଷ୍ଟ ହୋଇଯାଇଥିବା ଗିଫ୍ଟ ପାଇଥିଲେ ଆମକୁ ଯୋଗାଯୋଗ କରନ୍ତୁ contact@sharechat.co ରେ।

  • ଆମେ ଆପଣଙ୍କ ବିରୋଧରେ ଟର୍ମିନେଟ୍‌ ବା ଅନ୍ୟ ଯଥାର୍ଥ ପଦକ୍ଷେପ ନେବୁ, ଯଦି ଚିୟର୍ସ ଫିଚରର ବେଆଇନ ଫାଇଦା ନେଉଥିବେ ବା ଚିୟର୍ସ ପଲିସିର ଉଲ୍ଲଂଘନ କରୁଥିବେ।

  • ପ୍ଲାଟଫର୍ମରୁ ଯେକୌଣସି ସାମଗ୍ରୀ ବା ସେବା ଆକରରେ ପାଇଥିବା ଗିଫ୍ଟ ବା ଚିୟର୍ସ ବ୍ୟବହାର କରିପାରିବେନାହିଁ।

ଇନ୍‌ଫ୍ଲୁଏନ୍ସର ବା ଅନ୍ୟ ୟୁଜର ଜେନେରେଟେଡ୍‌ କଣ୍ଟେଣ୍ଟ ପାଇଁ ଗିଫ୍ଟ କେମିତି ବ୍ୟବହାର କରିପାରିବେ?#

  • ଇନ୍‌ଫ୍ଲୁଏନ୍ସର ବା ଅନ୍ୟ ୟୁଜର ଜେନେରେଟେଡ୍‌ କଣ୍ଟେଣ୍ଟ (କ୍ରିଏଟର) କ୍ଷେତ୍ରରେ, ଆପଣ ଆପଣଙ୍କର କୃତଜ୍ଞତା ଦେଖାଇବା ପାଇଁ ଗିଫ୍ଟର ବ୍ୟବହାର କରିପାରିବେ ଯାହାକି ଜଣେ କ୍ରିଏଟରଙ୍କ ଦ୍ବାରା ଅପଲୋଡ କରାଯାଇଥିବ। ଏହା ଏକ ଲାଇଭ୍ ଷ୍ଟ୍ରିମ୍ ମଧ୍ୟ ହୋଇପାରିବ। ଏହି ବ୍ୟବସ୍ଥା ସର୍ଭିସେସ୍‌ଗୁଡ଼ିକରେ ଉପଲବ୍ଧ ଥିବ ଏବଂ “Send” ବଟନ୍ କ୍ଲିକ୍‌ କରି କ୍ରିଏଟରଙ୍କୁ ଗିଫ୍ଟ ଦେଇପାରିବେ।

  • ଯେତେବେଳେ ଆପଣ ଜଣେ କ୍ରିଏଟର ଗିଫ୍ଟ ପଠାଯିବାକୁ ଥିବ, ପ୍ରଥମେ ଗିଫ୍ଟ ଚୟନ କରନ୍ତି ଏବଂ “ Send ” ବଟନ୍ ଉପରେ କ୍ଲିକ୍ କରିଲେ, ଏହି ଗିଫ୍ଟ କ୍ରିଏଟରଙ୍କ ଆକାଉଣ୍ଟକୁ ଯିବ |

  • ଦୟାକରି ଧ୍ୟାନ ଦିଅନ୍ତୁ, ଯେତେବେଳେ ଆପଣ ଜଣେ କ୍ରିଏଟରଙ୍କୁ କିଛି ଗିଫ୍ଟ ଦିଅନ୍ତି, ତାହା ଆପଣ ସର୍ବସାଧାରଣରେ କରିଥାନ୍ତି। ଫଳରେ ପ୍ଲାଟଫର୍ମରେ ଥିବା ଅନ୍ୟ ଉପଭୋକ୍ତା ମାନେ (ଗିଫ୍ଟ ଗ୍ରହଣକାରୀଙ୍କ ସମେତ) ସମସ୍ତେ ଆପଣଙ୍କ ନାମ ଓ ଗିଫ୍ଟର ସମ୍ପୂର୍ଣ୍ଣ ବିବରଣୀ ଦେଖି ପାରିବେ।

ରିପୋର୍ଟିଂ:#

ଇଭେଣ୍ଟରେ ଯଦି କୌଣସି ୟୁଜର ଚିୟର୍ସ ପଲିସି ଉଲ୍ଲଂଘନ କରନ୍ତି, ତେବେ ଦୟାକରି ଏଥିରେ contact@sharechat.co ରିପୋର୍ଟ କରନ୍ତୁ।

ଯେଉଁ ଇଭେଣ୍ଟରେ ଚିୟର୍ସ ପଲିସିର ମାତ୍ରାଧିକ ଉଲ୍ଲଂଘନ ହେଉଥିବାର ରିପୋର୍ଟ ହେବ, ଆମେ ଆପଣଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ ବାଧ୍ୟ ହେବୁ। ଏଥିସହିତ ଆପଣଙ୍କ ରେଜିଷ୍ଟ୍ରେସନ୍‌ ବ୍ଲକ୍ କରିବୁ। ଯଦି ଆପଣ କୌଣସି ରିମୁଭାଲ ବିରୋଧରେ ଅପିଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏଥିରେ contact@sharechat.co ଯୋଗାଯୋଗ କରିପାରିବେ।

କୌଣସି ବି ଅବ୍ୟବହୃତ କିମ୍ବା ରିଡିମ୍‌ କରାଯାଇନଥିବା ଚିୟର୍ସ /ଗିଫ୍ଟ ପାଇଁ କୌଣସି ଫେରସ୍ତ ନାହିଁ। ତେଣୁ ଆପଣଙ୍କ ଆକାଉଣ୍ଟକୁ ବ୍ଲକ୍ କରିବା ପୂର୍ବରୁ ଆମେ ଏହି ସବୁକୁ ବ୍ୟବହାର କରିନିଅନ୍ତୁ ବୋଲି ଜଣାଇଦେବାକୁ ଚାହିଁବୁ।

ୟୁଜରଙ୍କ ପାଇଁ ସୂଚନା:#

  • ଯଦି ଆପଣ କିଣିଥିବା ଚିୟର୍ସ ପାଇଁ ଟ୍ୟାକ୍ସ ଇନଭଏସ୍‌ ଆବଶ୍ୟକ ତେବେ ଅର୍ଡର ଆଇଡି ସହ contact@sharechat.coରେ ଯୋଗାଯୋଗ କରନ୍ତୁ। ଫଳରେ ଆମ ଟିମ୍‌ ଏହାକୁ ଶୀଘ୍ର ପ୍ରଦାନ କରିପାରିବ।

  • ୟୁଜରମାନଙ୍କ ଦ୍ବାରା କିଣାଯାଇଥିବା ଚିୟର୍ସ/ ଗିଫ୍ଟ ଗୁଡ଼ିକୁ ବ୍ୟକ୍ତିଗତ ସାମଗ୍ରୀ ଭାବେ ଗଣନା କରାଯିବନି। କିନ୍ତୁ ପ୍ଳାଟଫର୍ମ ଦ୍ବାରା ଜାରି ହୋଇଥିବା ସାମଗ୍ରୀ ଗୁଡ଼ିକ ଉପରେ ଲାଇସେନ୍ସ ମିଳିଥାଏ।

  • ଇଣ୍ଟରନେଟରେ ଟ୍ରେଡିଂ ପାଇଁ ଚିୟର୍ସ ଗୁଡ଼ିକ ବ୍ୟବହାର କରାଯାଇ ପାରିବ ନାହିଁ।

  • ପ୍ଲାଟଫର୍ମରୁ କିଣୁଥିବା ଚିୟର୍ସ / ଗିଫ୍ଟ ଗୁଡ଼ିକ ପାଇଁ ଆପଣ ନିଜେ ହିଁ ଦାୟୀ ରହିବେ ଏବଂ ଆପଣ ସହମତ ଯେ ଏହିପରି ଚିୟର୍ସ / ଗିଫ୍ଟ ଉପରେ ଆମର କୌଣସି ଦାୟିତ୍ବ ବା ଉତ୍ତରଦାୟିତ୍ବ ରହିବ ନାହିଁ।

  • ଆମେ ଏହା ନିର୍ଦ୍ଧାରିତ କରିବାର ଅଧିକାର ସୁରକ୍ଷିତ ରଖିଥାଉ ଯେ ଉଲ୍ଲଂଘନ କ'ଣ ହୋଇଥାଏ ଅମେ ହିଁ ସ୍ଥିର କରିବୁ।

  • ଆମେ ଯେକୌଣସି ସମୟରେ ଏହି ଚିୟର୍ସ ପଲିସର କିଛି ଅଂଶ ପରିବର୍ତ୍ତନ କରିବାର ଅଧିକାର ସୁରକ୍ଷିତ ରଖିଥାଉ। ଯଦି ଆମେ ଏପରି କରୁ, ତେବେ ଏନେଇ ଏହି ପେଜ୍‌ରେ ପୋଷ୍ଟ କରିବୁ। ପେଜ୍‌ର ଶୀର୍ଷରେ ମଧ୍ୟ ସୂଚିତ କରିବୁ। କେଉଁ ତାରିଖରେ ଶେଷଥର ପାଇଁ ଏହି ଆଇଟମ୍‌ଗୁଡ଼ିକ ଅପଡେଟ୍‌ କରାଯାଇଛି ଜଣାଇଦେବୁ।