Skip to main content

ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ

Last updated: 12th March 2021

ମୋଜ୍ ରେଫରାଲ ପ୍ରୋଗ୍ରାମ୍ କହିଲେ କ’ଣ ବୁଝାଏ?

ମୋଜ୍ ରେଫରାଲ ପ୍ରୋଗ୍ରାମ୍ ହେଉଛି ଏକ ୟୁଜର୍ ଆମନ୍ତ୍ରଣ ପ୍ରୋଗ୍ରାମ୍ ଯାହାକୁ ବ୍ୟବହାର କରି ମୋଜ୍ ବ୍ୟବହାରକାରୀମାନେ ତାଙ୍କର ବନ୍ଧୁ ଓ ପରିବାରବର୍ଗଙ୍କୁ ମୋଜ୍ ଆପ୍‌କୁ ଆମନ୍ତ୍ରଣ କରି ଅର୍ଥ ଉପାର୍ଜନ କରିପାରିବେ

ଏହି ମୋଜ୍ ରେଫରାଲ ପ୍ରୋଗ୍ରାମ୍ ବ୍ୟବହାର କରି କିପରି ଅର୍ଥ ଉପାର୍ଜନ କରିବେ?

2ଟି ପର୍ଯ୍ୟାୟରେ ରିୱାର୍ଡସ୍ ଦିଆଯାଇଥାଏ। ପର୍ଯ୍ୟାୟ 1 ଯେତେବେଳେ ଆମନ୍ତ୍ରିତ ଇନଷ୍ଟଲ କରନ୍ତି ଏବଂ ରେଫରାଲ ଲିଙ୍କ୍ ବ୍ୟବହାର କରି ଏକ ଆକାଉଣ୍ଟ ଉତ୍ପନ୍ନ କରନ୍ତି। ପର୍ଯ୍ୟାୟ 2 ଯେତେବେଳେ ଜଣେ ଆମନ୍ତ୍ରିତ ମୋଜ୍ ଆପ୍‌ରେ 30 ମିନିଟ୍ ୱାଚ୍ ଟାଇମ୍ ସମ୍ପୂର୍ଣ୍ଣ କରନ୍ତି।.

ମୁଁ କିପରି ଭାବରେ ପର୍ଯ୍ୟାୟ 1 ପୁରସ୍କାର ପାଇପାରିବି?

ପର୍ଯ୍ୟାୟ 1ରେ, ଯେତେବେଳେ ଜଣେ ବୈଧ ଆମନ୍ତ୍ରିତ ତାଙ୍କର ଆକାଉଣ୍ଟ ଭେରିଫାଏ ବା ଯାଞ୍ଚ କରନ୍ତି, ଉଭୟେ ସୁପାରିଶ୍ କରିଥିବା ବ୍ୟକ୍ତି ବା ରେଫରର୍ ଏବଂ ଆମନ୍ତ୍ରିତଙ୍କୁ ରିୱାର୍ଡ ଦିଆଯାଇଥାଏ।.

ମୁଁ ପର୍ଯ୍ୟାୟ 2 ପୁରସ୍କାର କିପରି ଉପାର୍ଜନ କରିବି?

ପର୍ଯ୍ୟାୟ 2ରେ, ଯେତେବେଳେ ଜଣେ ବୈଧ ନିମନ୍ତ୍ରିତ ଯେ କି ପର୍ଯ୍ୟାୟ 1ରେ ପୁରସ୍କୃତ ହୋଇଥିଲେ, ଆପ୍ ଇନଷ୍ଟଲ କରିବାର 7 ଦିନ ମଧ୍ୟରେ 30 ମିନିଟ୍ ୱାଚ୍ ଟାଇମ୍ ସମ୍ପୂର୍ଣ୍ଣ କରନ୍ତି, ଉଭୟେ ରେଫରର୍ ଏବଂ ଆମନ୍ତ୍ରିତଙ୍କୁ ରିୱାର୍ଡ ଦିଆଯାଇଥାଏ।

ମୁଁ ଉପାର୍ଜନ କରିଥିବା ରିୱାର୍ଡ କିପରି ରିଡିମ୍ କରିପାରିବି ?

ଆପଣ ଅର୍ଜିତ ରିୱାର୍ଡ ରିଡିମ୍ କରିବା ପାଇଁ ବ୍ୟାଙ୍କ୍‌ ଆକାଉଣ୍ଟ ବିବରଣୀ ଯୋଗ କରିବା ଆବଶ୍ୟକ। ଆମ୍ଭେମାନେ ଭବିଷ୍ୟତରେ ରିଡମ୍ପସନର ଅଧିକ ମୋଡ୍ ଯୋଗ କରିବୁ।

ମୋ ସାଙ୍ଗମାନେ ତାଙ୍କ ଫୋନ୍‌ରେ ରିୱାର୍ଡ ପ୍ରୋଗ୍ରାମ୍‌ ଦେଖିପାରୁନାହାନ୍ତି। କାହିଁକି?

ମୋଜ୍ ରେଫରାଲ ପ୍ରୋଗ୍ରାମ୍ କେବଳ କେତେକ ଯୋଗ୍ୟ ବ୍ୟବହାରକାରୀଙ୍କ ପାଇଁ ଖୋଲାଯାଇଛି। ଏହାସହିତ ମଧ୍ୟ ଏହି ପ୍ରୋଗ୍ରାମ୍ କେବଳ ମୋଜ୍ ଆଣ୍ଡ୍ରଏଡ୍ ଆପ୍‌ରେ ଉପଲବ୍ଧ ରହିଛି।

ମୁଁ ମୋର ସାଙ୍ଗକୁ ରେଫର୍ କରିଥିଲି ଏବଂ ସେ ତାଙ୍କର ଫେସବୁକ୍ ବ୍ୟବହାର କରି ତାଙ୍କ ଆକାଉଣ୍ଟ ଭେରିଫାଏ କରିଛନ୍ତି, କିନ୍ତୁ ମୁଁ ଏପର୍ଯ୍ୟନ୍ତ ରିୱାର୍ଡ ପାଇନାହିଁ। କାହିଁକି?

ଆମନ୍ତ୍ରିତ ତାଙ୍କର ଆକାଉଣ୍ଟ ଭେରିଫାଏ୍ କରିବା ପାଇଁ ଫୋନ୍ ନମ୍ବର କିମ୍ବା ଟ୍ରୁ କଲର୍ ବ୍ୟବହାର କରି ରିୱାର୍ଡ ପାଇବାକୁ ଯୋଗ୍ୟ ହେବେ।

ମୁଁ ମୋର ସାଙ୍ଗକୁ ରେଫର୍ କରିଥିଲି ଏବଂ ସେ ତାଙ୍କର ଆକାଉଣ୍ଟ ଭେରିଫାଏ କରିଛନ୍ତି, କିନ୍ତୁ ମୁଁ ଏ ପର୍ଯ୍ୟନ୍ତ 2ୟ ପର୍ଯ୍ୟାୟ ରିୱାର୍ଡ ପାଇନାହିଁ। କାହିଁକି?

2ୟ ପର୍ଯ୍ୟାୟ ରିୱାର୍ଡ ପାଇଁ ଆମନ୍ତ୍ରିତଙ୍କୁ ଆପ୍ ଇନଷ୍ଟଲ୍ କରିବାର 7 ଦିନ ମଧ୍ୟରେ 30 ମିନିଟର୍ ଭିଡିଓ ୱାଚ୍ ଟାଇମ୍ ସମ୍ପୂର୍ଣ୍ଣ କରିବାକୁ ହେବ।

ମୁଁ ପାରାଲାଲ୍ ସ୍ପେସ୍ ପରି ଆପ୍ ବ୍ୟବହାର କରିପାରିବି କି?

ନା, କ୍ଲୋନ୍ ଆପ୍, ଇମ୍ୟୁଲେଟର୍ସ ଏବଂ ରୁଟେଡ୍ ଡିଭାଇସ୍ ଏହି ରିୱାର୍ଡ ପ୍ରୋଗ୍ରାମ୍ ପାଇ ଯୋଗ୍ୟ ନୁହେଁ। ଆପଣଙ୍କୁ ଏପରି ଆପ୍ ବ୍ୟବହାର କରିବା ପାଇଁ ଆଜୀବନ ନିଷିଦ୍ଧ କରି ଦିଆଯାଇପାରେ।

ମୋଜ୍ ରେଫରାଲ ପ୍ରୋଗ୍ରାମ୍ ନିୟମ ଏବଂ ମାର୍ଗଦର୍ଶିକାଗୁଡ଼ିକ#

ମୋଜ୍ ରେଫରାଲ ପ୍ରୋଗ୍ରାମ୍‌ରେ ଅଂଶଗ୍ରହଣ କରିବା ପୂର୍ବରୁ ଦୟାକରି ନିମ୍ନଲିଖିତ ନିୟମାବଳି ପଢ଼ନ୍ତୁ। ଅଂଶଗ୍ରହଣ କରିବା ଦ୍ୱାରା, ଆପଣ ସୁନିଶ୍ଚିତ କରନ୍ତି ଯେ ଆପଣ ସମସ୍ତ ନିମ୍ନରେ ବର୍ଣ୍ଣିତ ନିୟମାବଳି ପଢ଼ିଛନ୍ତି ଏବଂ ସମ୍ମତ ହୋଇଛନ୍ତି।

  1. ମୋଜ୍ ରେଫରାଲ ପ୍ରୋଗ୍ରାମ୍‌ ଦୁଇଟି ପର୍ଯ୍ୟାୟରେ ବ୍ୟବହାରକାରୀଙ୍କୁ ରିୱାର୍ଡ ଦେଇଥାଏ:

    • ପର୍ଯ୍ୟାୟ 1 ରିୱାର୍ଡ: ପ୍ରତିଥର ଜଣେ ରେଫର୍ କରିଥିବା ବ୍ୟକ୍ତି ସଫଳତାର ସହ ଜଣେ ନୂଆ ବ୍ୟବହାରକାରୀ (ଆମନ୍ତ୍ରିତ) ଙ୍କୁ ଆମନ୍ତ୍ରଣ କରିବା ପରେ ଏବଂ ଆମନ୍ତ୍ରିତ ଏକ ନୂଆ ଆକାଉଣ୍ଟ ଉତ୍ପନ୍ନ କରିବା ପରେ ଉଭୟେ ରେଫର୍ କରିଥିବା ବ୍ୟକ୍ତି ଏବଂ ଆମନ୍ତ୍ରିତ ଟ.2 ଲେଖାଁଏ ଉପାର୍ଜନ କରିଥାନ୍ତି।
    • ପର୍ଯ୍ୟାୟ 2 ରିୱାର୍ଡ: ଯେତେବେଳେ ଜଣେ ନିମନ୍ତ୍ରିତ ଯେ କି ପର୍ଯ୍ୟାୟ 1 ରିୱାର୍ଡ ପାଇଥାନ୍ତି, ଆପ୍ ଇନଷ୍ଟଲ୍ କରିବାର 7 ଦିନ ମଧ୍ୟରେ ଆପଣଙ୍କ ପାଇଁ ଫିଡରେ 30 ମିନିଟର ଭିଡିଓ ସଫଳତାର ସହ ଦେଖନ୍ତି, ଉଭୟେ ରେଫର୍ କରିଥିବା ବ୍ୟକ୍ତି ଏବଂ ଆମନ୍ତ୍ରିତ ଟ.5 ଲେଖାଁଏ ଉପାର୍ଜନ କରିଥାନ୍ତି।
  2. ଜଣେ ନୂତନ ବ୍ୟବହାରକାରୀ ଜଣେ ଆମନ୍ତ୍ରିତଙ୍କୁ ସୂଚିତ କରେ ଯେ କି ତାଙ୍କ ଡିଭାଇସରେ ପ୍ରଥମ ଥର ପାଇଁ ମୋଜ୍ ଆପ୍ ଡାଉନଲୋଡ୍ କରିଥାନ୍ତି।

  3. ଏକ ସଫଳ ରେଫରାଲ୍‌ ହୋଇଥାଏ ଯେତେବେଳେ ଜଣେ ନୂତନ ବ୍ୟବହାରକାରୀ ଏହି ରେଫରାଲ ଲିଙ୍କ୍‌ ବ୍ୟବହାର କରି ମୋଜ୍ ଆପ୍ ଡାଉନଲୋଡ୍ କରିଥାନ୍ତି ଏବଂ ଆପ୍‌ରେ ଏକ ଆକାଉଣ୍ଟ ଉତ୍ପନ୍ନ କରିଥାନ୍ତି।

  4. ସୀମା: ଏହି ପ୍ରୋଗ୍ରାମ୍ ସମୟରେ, ପ୍ରତ୍ୟେକ ବ୍ୟବହାରକାରୀ 10 ଜଣ ପର୍ଯ୍ୟନ୍ତ ନୂତନ ବ୍ୟବହାରକାରୀଙ୍କୁ ଆମନ୍ତ୍ରଣ କରିପାରିବେ।

  5. ଯେତେବେଳେ ଜଣେ ଆମନ୍ତ୍ରିତ ସଫଳତାର ସହ ଏହି ଆପ୍ ଇନଷ୍ଟଲ୍ କରନ୍ତି ଏବଂ ଲଗ୍ ଇନ୍ କରନ୍ତି, ସମାନ ବ୍ୟବହାରକାରୀ ପୁନଃ ଆମନ୍ତ୍ରଣ ପାଇଁ ପ୍ରଯୁଜ୍ୟ ହୋଇନଥାନ୍ତି। ଆମେ ନୂତନ ବ୍ୟବହାରକାରୀଙ୍କୁ ପଞ୍ଜିକୃତ ଫୋନ୍ ନମ୍ବର, ଡିଭାଇସ୍ ସୂଚନା ଏବଂ ଅନ୍ୟ ବ୍ୟବହାରକାରୀ ସମ୍ପର୍କିତ ସୂଚନା ଅନୁଯାୟୀ ଚିହ୍ନଟ କରିଥାଉ।

  6. ରିଡିମ୍ କରିବା

    • ଜଣେ ବ୍ୟବହାରକାରୀ ତାଙ୍କ ପ୍ରୋଫାଇଲ୍ ସହିତ କେବଳ ଗୋଟିଏ ବ୍ୟାଙ୍କ୍‌ ଆକାଉଣ୍ଟ ଲିଙ୍କ କରିପାରିବେ।
    • ଥରେ ବ୍ୟବହାରକାରୀ ତାଙ୍କର ରିୱାର୍ଡ ଗୋଟିଏ ବ୍ୟାଙ୍କ୍‌ ଆକାଉଣ୍ଟରେ ରିଡିମ କରିସାରିବା ପରେ, ସମାନ ବ୍ୟାଙ୍କ୍‌ ଆକାଉଣ୍ଟ ଅନ୍ୟ କୌଣସି ବ୍ୟବହାରକାରୀଙ୍କ ପାଇଁ ବ୍ୟବହୃତ ହୋଇପାରିବ ନାହିଁ।
    • ଦୟାକରି ଆପଣଙ୍କ ରିୱାର୍ଡ ରିଡିମ୍ କରିବା ପୂର୍ବରୁ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ବିବରଣୀ ସୁନିଶ୍ଚିତ କରନ୍ତୁ। ମୋଜ୍‌ ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ବ୍ୟାଙ୍କ୍ ବିବରଣୀ ପାଇଁ ଦାୟୀ ହେବ ନାହିଁ।
  7. ଯୋଗ୍ୟତା ହରାଇବା ପାଇଁ ମାନଦଣ୍ଡ:

    • ଭର୍ଚୁଆଲ୍ ଫୋନ୍ ନମ୍ବରଗୁଡ଼ିକୁ ରେଫରାଲ ପ୍ରୋଗ୍ରାମ୍‌ରେ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯାଏ ନାହିଁ
    • ଆପ୍ କାର୍ଯ୍ୟକଳାପରେ ବାଧା ଦେବା ପାଇଁ କିମ୍ବା ପରିବର୍ତ୍ତନ କରିବା ପାଇଁ ଇମ୍ୟୁଲେଟର ପରି ତୃତୀୟ ପକ୍ଷ ଟୁଲର ବ୍ୟବହାର କଡ଼ାକଡ଼ି ଭାବେ ନିଷିଦ୍ଧ।
    • ମୋଜ୍ ଆପ୍ ଏହି ପ୍ଲାଟଫର୍ମରେ ସନ୍ଦିଗ୍ଧ ଠକାମିପୂର୍ଣ୍ଣ କାର୍ଯ୍ୟକଳାପ କରୁଥିବା ବ୍ୟବହାରକାରୀଙ୍କୁ ନିଷିଦ୍ଧ କରିବାର ଅଧିକାର ସଂରକ୍ଷିତ ରଖେ।
  8. ମୋଜ୍‌ ରେଫରାଲ ପ୍ରୋଗ୍ରାମ୍ କେବଳ ମୋଜ୍ ଆଣ୍ଡ୍ରଏଡ୍ ଆପ୍‌ରେ ଉପଲବ୍ଧ ରହିଛି। ମୋଜ୍ ଆଇଓଏସ୍ ଆପ୍‌ ଏବଂ ମୋଜ୍ ଲାଇଟ୍ ଆପ୍‌ରେ ଇନଷ୍ଟଲଗୁଡ଼ିକ ରେଫରାଲ୍ ରିୱାର୍ଡ ପାଇଁ ଯୋଗ୍ୟ ହେବ ନାହିଁ।

ମୋଜ୍ ଆପ୍ ପାଇଁ ସର୍ତ୍ତାବଳି ଏବଂ ଗୋପନୀୟତାଗୋଷ୍ଠୀ ମାର୍ଗଦର୍ଶିକା ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଯୁଜ୍ୟ ହୋଇଥାଏ

ଅଧିକ ସୂଚନା ପାଇଁ, ଦୟାକରି ମୋଜ୍‌ ରେଫରାଲ ପ୍ରୋଗ୍ରାମ୍ ସର ଓ ନିୟମାବଳି୍ତ୍ତ ଏବଂ ଏଫଏକ୍ୟୁ ଦେଖନ୍ତୁ |